ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

0
388

ବ୍ରହ୍ମପୁର, ୨୬/୦୧/୨୦୨୨:
ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ସରକାରଙ୍କର କୋଭିଡ ନିୟମ ମାନି ପାଳନ କରାଯାଇଅଛି । ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ,(ଭା.ପ୍ର.ସେ.) ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ତାଙ୍କର ଅଭିଭାଷଣରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ କୃତଜ୍ଞତା ଜଣାଇ ଥିଲେ l ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶ ପ୍ରେମୀ ନିଜର ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଗଣତନ୍ତ୍ର ଓ ସାର୍ବଭୌମକୁ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଛି l ସେହିଦିନ ଠାରୁ ଆମେ ସମସ୍ତେ ଭରତବାସୀ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରୁଛେ ।ସମ୍ବିଧାନ ପ୍ରଣୟନ ସଭାର ଅଧକ୍ଷ ଡ଼. ଭୀମରାଓ ଆମ୍ବେଦକର ଓ ଅନ୍ୟ ସମ୍ବିଧାନ ପ୍ରଣୟନଙ୍କୁ ମଧ୍ୟ କୃତଜ୍ଞତା ଜଣାଇ ଥିଲେ ।ଆମ ସମ୍ବିଧାନ ଦେଶର ସର୍ବୋଚ୍ଚ ଆଇନ ଓ ଆମେ ଯେକୌଣସି ଜାତି, ଧର୍ମ, ଲିଙ୍ଗ, ଭାଷା ବସତି ହେଲେ ମଧ୍ୟ ଆମେ ସମସ୍ତେ ଭରତୀୟ ।ଆମ ସମ୍ବିଧାନ ବିଶ୍ୱରେ ଆଦର୍ଶ ଓ ଦେଶର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ସ୍ୱାଧୀନତା ଚିନ୍ତା ବିଚାର ଆଦି ସ୍ୱତନ୍ତ୍ରତା | ଦେଶର ଏକଥା ଓ ଅଖଣ୍ଡତାର ବଜାୟ ରଖିବା ପାଇଁ ସମାନ ଅଧିକାର ପ୍ରଦାନ କରାଯାଇଛି l ଭାରତର ପ୍ରତ୍ୟେକ ନାଗରିକ ଆଇନ ଆଖିରେ ସମାନ ଅଟନ୍ତି l ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ ଦୃଷ୍ଟିରୁ ଆମେ ସମସ୍ତେ ସମାନ କେହି ବଡ ନୁହନ୍ତି କିମ୍ବା ଛୋଟ ନୁହନ୍ତି, ଆମ ସମସ୍ତଙ୍କୁ ମୌଳିକ ଅଧିକାର ସୁବିଧା ପ୍ରଦାନ କରାଯାଇଛି।ଆମେ ସମସ୍ତେ ସଚେତନତା ହେବା ଆବଶ୍ୟକ ଓ ନିଜ ନିଜ ମୌଳିକ ଅଧିକାରକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଆମ ଜାତି ଓ ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ବିଷୟରେ ସଚେତନତା ରହିବ ତେବେ ଆମ ଦେଶ ନିଶ୍ଚିତ ଦ୍ରୁତ ବିକାଶ ହୋଇପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ | ଆସନ୍ତୁ ସମସ୍ତେ ପରସ୍ପର ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସଦଭାବନା ବଜାୟ ରଖିବା ଏବଂ ଆମ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନେବା ଏବଂ ନିଜ ଓ ସମାଜର ଅଭିବୃଦ୍ଧି ପାଇଁ ଚିନ୍ତା କରିବା ଏବଂ ସମସ୍ତଙ୍କ ଭବିଷ୍ୟତ ବିଷୟରେ ଚେଷ୍ଟା କରିବା ଦରକାର ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ | ଏଣୁ ସମସ୍ତେ ଶାନ୍ତିରେ ବସବାସ କରିବା ଓ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭବିଷ୍ୟତ ଉଜ୍ୱଳମୟ କରିପାରିବା |
ଏହି ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର,(ଭା.ପ୍ର.ସେ.),ଉପ-ଜିଲ୍ଲାପାଳ-ତଥା-ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ୱି. କୀର୍ତ୍ତି ୱାସନ୍,(ଭା.ପ୍ର.ସେ.), ବ୍ରହ୍ମପୁର, ଶ୍ରୀଯୁକ୍ତ ପିନାକୀ ମିଶ୍ର,(ଭା.ପୋ.ସେ.), ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର, ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ କୁଳପତି, ଡ଼.ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ଆଜିର ଏହି ଉତ୍ସବରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଉଥିବା ଆଗଧାଡିର କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ମାନପତ୍ର ଓ ସିଲଡ୍ ଦେଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ସେହି ସ୍ୱାସ୍ଥ୍ୟକର୍ମୀଙ୍କ ନାମ ମିନତୀ ବେହେରା, ହିଞ୍ଜିଲକାଟୁ ବ୍ଲକ, ନଳିନୀ ଡିଗାଲ, ସୋରଡ଼ା ବ୍ଲକ, ପଦ୍ମାଳୟା ଗୌଡ଼, ବେଗୁନିଆପଡା ବ୍ଲକ, ଗେଲମଣି ସାହୁ ଓ ଲକ୍ଷ୍ମୀ ସେଠୀ, ବ୍ରହ୍ମପୁର ମହାନଗର ନିଗମ ଓ ସଫେଇ କର୍ମଚାରୀଙ୍କ ନାମ ପ୍ରଦୀପ କୁମାର ପାରିଚ୍ଛା, ପବିତ୍ର ମଣ୍ଡଳ, ହରି ନାୟଡୁ, ଦିଲୀପ କୁମାର ନାୟକ ଓ ଅଭିନ ଗରୁଡ଼ଙ୍କୁ ସମ୍ମାନିତ କରାଯାଇଥିଲା ।ଏହା ସହିତ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।ସେହି କୃତି ପ୍ରତିଯୋଗୀଙ୍କ ନାମ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ – ପ୍ରଣୀତ ବେହେରା, ଦ୍ଵିତୀୟ ସ୍ଥାନ – କଳ୍ପନା ମହାନ୍ତି ଓ ତୃତୀୟ ସ୍ଥାନ – ବିକ୍ରମ ଦାସ, ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ – ଅଭିଷେକ ସାମନ୍ତରାୟ, ଦ୍ଵିତୀୟ ସ୍ଥାନ – ପ୍ରିନ୍ସ ଜେନା ଓ ତୃତୀୟ ସ୍ଥାନ – ସାରଥୀ ସାହୁ ଓ କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ – ଅଭିଷେକ ସାମନ୍ତରାୟ, ଦ୍ଵିତୀୟ ସ୍ଥାନ – ରବି ଶଙ୍କର ପାଢ଼ୀ ଓ ତୃତୀୟ ସ୍ଥାନ – ଓମ ବେହେରାଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା |
ଏହି ଉତ୍ସବରେ ଶ୍ରୀ ଦିଲ୍ଲୀପ କୁମାର ବେହେରା, ଆର୍.ଆଇ. ଅଫ୍ ପୋଲିସ୍, ବ୍ରହ୍ମପୁର ପ୍ୟାରେଡ଼ ପରିଚାଳନା କରିଥିବା ବେଳେ ନାରାୟଣ ପ୍ରଧାନ, 2nd କମାଣ୍ଡର ସହଯୋଗ କରିଥିଲେ ।ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିଲା ଏବଂ ତାଙ୍କ ପରିଚାଳନାରେ ବିଭାଗୀୟ ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥୀ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here