ବିଜେଡି ସମର୍ଥୀତ ୩ ଜଣ ସରପଞ୍ଚ ନିର୍ଦ୍ୱନ୍ଦରେ ବିଜୟୀ

0
260

ପୋଲସରା/ବୁଗୁଡା,୨୬/୦୧/୨୨: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀରେ ୩ ଜଣ ବିଜେଡି ସମର୍ଥୀତ ସରପଞ୍ଚ ନିର୍ଦ୍ୱନ୍ଦରେ ବିଜୟ ଲାଭ କରିଥିବା ଜଣାପଡିଛି। ପୋଲସରା ବ୍ଲକରେ ଦୁଇ ଜଣ ସରପଞ୍ଚ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିବା ବେଳେ ବୁଗୁଡା ବ୍ଲକରେ ଜଣେ ସରପଞ୍ଚ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି। ପୋଲସରା ବ୍ଲକର ଦୁଇ ନିର୍ଦ୍ୱନ୍ଦରେ ବିଜୟୀ ସରପଞ୍ଚ ଦ୍ୱୟ ହେଲେ ଘୋଡାପଲାଣ ପଞ୍ଚାୟତର ଧୀରେନ୍ଦ୍ର କୁମାର ସେଠୀ ଓ ବାଲିଛାଇ ପଞ୍ଚାୟତ ସରପଞ୍ଚ ସିଲୁ ବେହେରା। ଘୋଡାପଲାଣ ହେଉଛି ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ନିରଞ୍ଜନ ପ୍ରଧାନଙ୍କ ନିଜଗ୍ରାମ। ସେଠାରେ ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ବିଜୟୀ ହେବା ବିଜେପି କୁ ଏକ ବଡ ଝଟକା ଲାଗିଛି। ସେହିପରି ବୁଗୁଡା ବ୍ଲକର ପାଙ୍ଗିଡ଼ି ପଞ୍ଚାୟତରେ ବିଜେଡି ସମର୍ଥୀତ ସରପଞ୍ଚ ଭାଗ୍ୟଲତା ବିଷୋୟୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟାଙ୍କ ଗୋଟି ଚାଳନା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଜଣାପଡିଛି। ଯେହେତୁ ନିର୍ଦ୍ୱନ୍ଦରେ ବିଜୟୀ ତିନି ସରପଞ୍ଚ ସେମାନଙ୍କ ସଫଳତାର ଶ୍ରେୟ ବିଧାୟକ ଶ୍ରୀସାହୁଙ୍କୁ ପ୍ରଦାନ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here