ବ୍ରହ୍ମପୁର,୦୨/୦୫/୨୦୨୨:
ଖବର କାଗଜ ବିତରକ ମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ୨୦୨୧ ମସିହା ଡିସେମ୍ବର୨୩ ତାରିଖ ଦିନ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିଥିଲେ l ପଞ୍ଜିକୃତ କରାଯାଇଥିବା ସମସ୍ତ ଖବରକାଗଜ ବିତରକ ମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପୂର୍ବକ ପ୍ରତ୍ୟେକଙ୍କ ଜମାଖାତା କୁ ୬୦୦୦ ଟଙ୍କା ଲେଖାଏଁ ପଠାଯାଇଥିଲେ l ଏହାଦ୍ୱାରା ସେମାନେ ବହୁତ ଉପକୃତ ହୋଇଛନ୍ତି l ଏହାସହିତ ସେମାନଙ୍କୁ ଅଣସଂଗଠିତ ଶ୍ରମିକ ଭାବେ ସାମିଲ କରାଯାଇଛି l ଏହା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ୍ୟରେ ପଞ୍ଜିକୃତ ହୋଇଥିବା ଖବରକାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନର କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ମାନନୀୟ ଉପ-ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ନେତୃତ୍ୱରେ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଖବରକାଗଜ ବିତରକ ସଂଘର ସଭାପତି ହରି କୃଷ୍ଣ ପାଢ଼ୀ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଦୋରା, ଉପ ସଭାପତି ଶଙ୍କର ବେହେରା ପ୍ରମୁଖ ବଣ୍ଟନରେ ସହଯୋଗ କରୁଥିବା ବେଳେ, ସନ୍ତୋଷ ପାଣିଗ୍ରାହୀ, କାମା ଦାସ, ବି. ଆନନ୍ଦ ରାଓ, ଜନାର୍ଦ୍ଦନା ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ସାହୁ, ଦୁର୍ଗା ମାଦବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ବିଭାଗୀୟ ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥୀଙ୍କ ସମେତ ବହୁ ସାମ୍ବାଦିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ l

Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ଖବରକାଗଜ ବିତରକ ମାନଙ୍କୁ ଉପ-ଜିଲ୍ଲାପାଳଙ୍କ ଦ୍ୱାରା ପରିଚିୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ।





