୧୨ ଦଫା ଦାବିରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ବିକ୍ଷୋଭ

0
195

ବ୍ରହ୍ମପୁର, ୦୨/୦୫/୨୦୨୨: ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଦଫା ଦାବିରେ ଶ୍ରମିକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକରଣ ସମେତ ସମସ୍ତ ଆବେଦନର ପ୍ରାପ୍ତି ସ୍ଵୀକାର ରସିଦ ପ୍ରଦାନ କରିବା, ବୋର୍ଡର ଓ୍ବେବ୍‌ ସାଇଟ୍‌ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ଅପଡେଟ ତଥ୍ୟ ଉପଲବ୍ଧ କରିବା, କୋଭିଡ୍‌ ସହାୟତା ୧ମ ଓ ୨ୟ କିସ୍ତି ୧୫୦୦ ଟଙ୍କା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରିବା, ଦୁର୍ଘଟଣା ଓ ଦୂରାରୋଗ୍ୟ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ୨୦୧୩ ମସିହାରୁ ନିଷ୍ପତ୍ତି ଓ ଘୋଷଣା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଜଣେ ମଧ୍ୟ ଶ୍ରମିକଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇନାହିଁ। ତାହାର ସୁବ୍ୟବସ୍ଥା କରି ପ୍ରଦାନ କରିବା, ମୃତ୍ୟୁକାଳୀନ, ବିବାହ, ଶିକ୍ଷା ସହାୟତା ପାଇବା ପାଇଁ ଆବେଦନ କରି ମାସ ମାସ ଧରି ଅପେକ୍ଷା କରିଥିବା ଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା, ଶିକ୍ଷା ସହାୟତା ଅନଲାଇନ ଆବେଦନ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ, ଏହା ସହ ଆମର ସ୍ଵଷ୍ଟ ମତ ସମସ୍ତ ଆବେଦନ ଅନଲାଇନ ବ୍ୟବସ୍ଥା ଆଦି ୧୨ ଦଫା ଦାବି ସହିତ ତ୍ବରିତ ପଦକ୍ଷେପ ନେଇ ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଓ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ନିରାପତ୍ତା କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଅଧିକାରୀ, କର୍ମଚାରୀ ଓ ଭିତ୍ତିଭୂମି ପ୍ରଦାନ କରି ପ୍ରତ୍ୟେକ ବ୍ଳକରେ ସର୍ବନିମ୍ନ ମଜୁରୀ ସୁନିଶ୍ଚିତତା, ସାମାଜିକ ନିରାପତ୍ତା ଓ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ସୁବ୍ୟବସ୍ଥା କରିବା, ସମସ୍ତ ନିର୍ମ।ଣ ଓ ଅଣସଂଗଠିତ ଶ୍ରମିକଙ୍କ ପାଇଁ ବଞ୍ଚିବା ଭଳି ମଜୁରୀ ପାଇବା ଦିଗରେ ସରକାର ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବା, ପ୍ରଚଣ୍ଡ ରୌଦ୍ରତାପରେ ଶ୍ରମିକମାନଙ୍କୁ ଖଟାଉଥିବା ଠିକାଦାର ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବିକ୍ଷୋଭ ଆୟୋଜନ କରି ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ଙ୍କୁ ସ୍ମାରକପତ୍ର ପ୍ରଦାନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଏଥିରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସଭାପତି ଶଙ୍କର ସାହୁ, ଟିୟୁସିଆଇ ରାଜ୍ୟ କମିଟି ସଦସ୍ୟ ପି ଯୋଗେନ୍ଦ୍ର, ସ୍ବାସ୍ଥ୍ୟ ଅଧିକାର ଆନ୍ଦୋଳନର ନେତା ଅବନୀ ଗୟା, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ର ଟାଉନ କମିଟି ନେତା ମନୋଜ ଚୌଧୁରୀ, କୁକୁଡାଖଣ୍ଡି ବ୍ଳକ କମିଟି ନେତା ବି ବୁଦ୍ଧିଆ, ମହେଶ୍ବରୀ ଦାଶ, ଗଙ୍ଗା ଦାଶ, ଜୋତି ଦାଶ, ସୌଭାଗ୍ୟ ନାହକ, ସୌଦା ପ୍ରଧାନ, ଜ୍ୟୋତି ପ୍ରଧାନ ଆଦି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here