ଅଧା ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନକରି ପାଣି ପ୍ରକଳ୍ପ ଉଦଘାଟନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ।

0
419

ବ୍ରହ୍ମପୁର,୨୦/୫/୨୦୨୨: ପଞ୍ଚାୟତ ନିର୍ବାଚନର ଦୀର୍ଘ ଦିନ ପରେ ଆଜି ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ସହର ତଳି ଅଞ୍ଚଳ ରୂପେ ଜଣାଶୁଣା ଜଗଦଳପୁର ଗ୍ରାମକୁ ଗସ୍ତରେ ଆସିଥିଲେ।ଏହି ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟର ନବୀକରଣ କାମ ଏବଂ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ।କିନ୍ତୁ ଗ୍ରାମର ଗୋଟିଏ ବୃହତ୍ ଅଂଶକୁ ଜଳ ଯୋଗାଣ ନକରି ପାଣି ପ୍ରକଳ୍ପର ତରବରିଆ ଉଦଘାଟନକୁ ଅଞ୍ଚଳ ବାସୀ ନିନ୍ଦା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନୂଆଁ ନେତାଜୀ ନଗରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବହୁ ଦିନରୁ ଦାବୀ ହୋଇ ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ତାହା ଉପଲବ୍ଧ କରାଇବାରେ ବିଫଳ ରହିଆସିଥିବା ଯୋଗୁଁ ଆଜି ବାଚସ୍ପତିଙ୍କ ଗସ୍ତ ଅବସରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଏବଂ ମହିଳା ବି. ସୁନିଲ ପାତ୍ର, ବି .ରମେଶ ପାତ୍ର, ନିଳାଞ୍ଚଳ ବେହେରା ଓ ଏମ .ଅନାମ ପାତ୍ର ପ୍ରଭୃତିଙ୍କ ନେତୃତ୍ୱରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସାକ୍ଷାତ କରି ତୁରନ୍ତ ପିଇବା ପାଣି ଯୋଗାଇ ଦେବାକୁ ଦାବୀ ଜଣାଇ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here