ପୋଲସରା, ୨୧/୦୫/୨୦୨୨: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ବିଡ଼ିଓ ସୁରଞ୍ଜନ କୁମାର ସାହୁ ପଦୋନ୍ନତି ପାଇଁ ସୁନ୍ଦରଗଡ ଜିଲ୍ଲା ବଣେଇ ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ମଇ ୨୦ ତାରିଖ ଦିନ ଶ୍ରୀ ସାହୁଙ୍କ ପଦୋନ୍ନତି ଜନିତ ବଦଳି ହୋଇଥିବା ଯୋଗୁଁ ପୋଲସରା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ପଦୋନ୍ନତି ବଦଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ପୋଲସରା ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ଏବିଡ଼ିଓ ଧର୍ମରାଜ ପରିଡା, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ ଓ ଝୁନୁ ଦାଶ ପ୍ରମୁଖଙ୍କ ସମେତ କର୍ମଚାରୀ ବୃନ୍ଦ, ସରପଞ୍ଚ ଓ ସମିତି ମେମ୍ବର ବୃନ୍ଦ ଯୋଗଦେଇଥିଲେ। ପୋଲସରା ବ୍ଲକ ପକ୍ଷରୁ ବିଧାୟକ ଶ୍ରୀ ସାହୁ ପଦୋନ୍ନତିରେ ବଦଳି ହୋଇଥିବା ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବେ ସୁରଞ୍ଜନ କୁମାର ସାହୁ ପୋଲସରା ବ୍ଲକର ଉନ୍ନତି ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା