ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଯୁବ ସମାଜସେବୀ ପିତବାସ ସାହୁ

0
20

ପୋଲସରା ୨୩/୦୪/୨୪ ଯୁବ ସମାଜସେବୀ ପିତବାସ ସାହୁ ଚଳିତ ସାଧାରଣ ନିର୍ବାଚନରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ସନାତନ ସଂସ୍କୃତି ରକ୍ଷା ଦଳ ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ସନାତନ ସଂସ୍କୃତି ରକ୍ଷା ଦଳର ଓଡିଶା ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରୁଥିବା ବେଳେ ସନାତନ ଧର୍ମର ପ୍ରଚାର ପ୍ରସାର କରି ସନାତନ ଧର୍ମକୁ ସୁରକ୍ଷିତ ରଖିବା ଓ ଗୋ ମାତାଙ୍କ ରକ୍ଷା ସହ ଜଣେ ସମାଜସେବୀ ଭାବେ ପରିଚିତ। ବିଭିନ୍ନ ସମୟରେ ଅସୁବିଧାରେ ଥିବା ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ସହଯୋଗ କରି ଆସୁଛନ୍ତି। ସନାତନ ଧର୍ମକୁ ବଞ୍ଚାଇବା ପାଇଁ ପିତବାସ ସାହୁ ନିଜ ଜୀବନର ବ୍ରତ ଓ ସଂକଳ୍ପ ଭାବେ ଗ୍ରହଣ କରିଛନ୍ତି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ସେ ସାଂସଦ ପ୍ରାର୍ଥୀ ଭାବେ ଲଢିବା ପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଆସିକା ସାଂସଦ କ୍ଷେତ୍ରରେ ଥିବା ସାତ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉପରେ ତାଙ୍କର ଭରସା ରହିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here