ଅସାମାଜିକ ବ୍ଯକ୍ତି ର ଆତଙ୍କ ରେ ଆତଙ୍କିତ ଗ୍ରାମବାସୀ ମାନେ ଆରକ୍ଷୀ ଅଧିୀକକ୍ଷ ଠାରେ ଫେରାଦ ହେଲେ

0
352

ବ୍ରହ୍ମପୁର,୧୯/୮/୧୯;ବଡ କଶସ୍ଥଳୀ ଗ୍ରାମର ଶିବ ସେଠୀ ଓ ତା’ର ସହଯୋଗୀ ମାନେ ଟାଟା କଲୋନୀ, ନରେନ୍ଦ୍ରପୁର, ଶିତଳାପଲ୍ଲି, ବଡ ଗୁମଲା ସମେତ ଜାତୀୟ ରାଜପଥ ଅଂଚଳ ରେ ଆତଙ୍କ ଖେଲାଇ ଦେଇଥିବା ଯୋଗୁଁ,ତାକୁ ତୁରନ୍ତ ଗିରଫ ଦାବୀ ରେ ଉପରୋକ୍ତ ଗ୍ରାମବାସୀ ର ଶତାଧିକ ଗ୍ରାମବାସୀ ମାନେ ବ୍ରହ୍ମପୁର ଆରକ୍ଷୀ ଅଧିୀକକ୍ଷ ପିନାକ ମିଶ୍ର ଙ୍କ ନିକଟ ରେ ଫେରାଦ ହୋଇଛନ୍ତି। ଶିବ ଓ ତା’ର ସହଯୋଗୀ ମାନେ ଛୋଟ ବଡ ବ୍ୟବସାୟ ଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଦାଦା ମାମୁଲି ଅସୁଲ କରିବା ସହ ଆତଙ୍କ ରାଜ ଚଳାଇ ଛନ୍ତି। ଶିବ ଓ ତା’ର ସହଯୋଗୀ ଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆରକ୍ଷୀ ଅଧିୀକକ୍ଷ ପ୍ରତିଶୂତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here