ବ୍ରହ୍ମପୁର ଟ୍ରାଫିକ ଅବ୍ୟବସ୍ଥାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜି ଙ୍କୁ ଦାବିପତ୍ର ପ୍ରଦାନ

0
256

ବ୍ରହ୍ମପୁର,୦୪/୦୭/୨୦୨୨:
ବ୍ରହ୍ମପୁର ଟ୍ରାଫିକ ଅବ୍ୟବସ୍ଥାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଓଡ଼ିଶାର ଅନ୍ୟତମ ବଡ଼ ସହର ବ୍ରହ୍ମପୁରରେ ଦିନ କୁ ଦିନ ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସର ଅପାରଗତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ସୁଧାର ସହ ଗାଡ଼ି ଚାଳକ ଓ ପଥଚାରୀଙ୍କ ସୁରକ୍ଷା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ସୁଫଳ ମିଳି ନଥିବା ପରିତାପର କଥା। ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ସମସ୍ୟା ବହୁ ଗୁଣିତକ ହେଉଥିବା ବେଳେ ରାସ୍ତା କଡ଼ର ବ୍ୟବସାୟ ଅନ୍ୟ ଏକ ମୁଖ୍ୟ ମୁଣ୍ଡ ବିନ୍ଧାର କାରଣ ହୋଇଛି। କିଛି ଯୁବପିଢି ତିନି ଜଣ ବ୍ୟକ୍ତି ସହ ଗାଡ଼ି ଚଳାଚଳ, ରାସ୍ତା ଉପରେ ପାର୍କ କରିବା,ଭୁଲ ରାସ୍ତା ରେ ଗାଡ଼ି ଚଳାଚଳ କରୁଥିବା ଯୋଗୁଁ ଅଯଥାରେ ରାସ୍ତାଜାମ ହେବା ନିତିଦିନିଆ ଘଟଣା ହେଲାଣି। ବହୁ ସମୟରେ ଏହି କାରଣରୁ ଦୁର୍ଘଟଣା ମାନ ଘଟିଯାଇଛି। ପୋଲିସ ଧରପଗଡ ହେଉଥିବା ବେଳେ ଗଳାବାଟ ଦେଇ ଅମାନିଆ ଗାଡ଼ି ଚଳାଚଳ କରୁଛନ୍ତି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦୁଇ ଓ ଚାରି ଚକିଆ ଗାଡ଼ି ସହରକୁ ପ୍ରବେଶ କରୁଛି। ଠେଲା ଗାଡ଼ି ବାଲା ନିଜ ପେଟ ପାଟଣା ନିମନ୍ତେ ରାସ୍ତା ଉପରକୁ ଚାଲି ଆସନ୍ତି ,ଯାହା ଫଳରେ ରାସ୍ତା ଅବରୋଧ ହୁଏ। ସମସ୍ୟା ର ସମାଧାନ ପାଇଁ ଅଧିକ ତାଲିମ ପ୍ରାପ୍ତ ଟ୍ରାଫିକ ପୋଲିସ ନିଯୁକ୍ତି ପାଇଁ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଡିଆଇଜି ଙ୍କୁ ଦାବି ପତ୍ର ପ୍ରଦାନ ସହ ଆଲୋଚନା କରିଛନ୍ତି। ସହରର ଫାଷ୍ଟ ଗେଟ୍ ଛକ, ଗିରି ରୋଡ ଛକ, ଗାନ୍ଧୀ ନଗର, ଗୋଇଲୁନଡି , ଷ୍ଟେଟବ୍ୟାଙ୍କ ମୁଖ୍ୟ ଛକ, ଖଲିକୋଟ କଲେଜ ଛକ, ଗୋସାଇଁ ନୂଆଗାଁ, ଗଜପତି ନଗର ଛକ ଇଞ୍ଜିନିୟରିଂ ସ୍କୁଲ ଛକ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଟ୍ରାଫିକ ଷ୍ଟାଣ୍ଡ ର ଆବଶ୍ୟକ ବିଷୟରେ ଆଲୋଚନା କରାଗଲା। ଡିଆଇଜି ବ୍ରହ୍ମପୁର ଏସପିଙ୍କ ସହ ଆଲୋଚନା କରି ଯାହା ସମ୍ଭବ ତାହା ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଏହି ଆଲୋଚନା ରେ ଶିବପ୍ରସାଦ ମିଶ୍ର, ସୁଷମା ପଣ୍ଡା, ଶ୍ୟାମସୁନ୍ଦର ଖାଡଙ୍ଗା, ପ୍ରଦୀପ କୁମାର ସାହୁ, ବାସୁଦେବ ସାହୁକାର, ଲକ୍ଷ୍ମୀ ଚରଣ ପଣ୍ଡା, ବଂଶୀଧର ଭୂୟାଁ,ପ୍ରଣବ ପଣ୍ଡା,ଏସ. ଶାମ୍ବାଶିବ ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here