ଦାଶପୁର ସେବା ସମବାୟ ସମିତି ର ସଭାପତି ନିର୍ବାଚନ ଅନୁଷ୍ଠିତ

0
488

ବ୍ରହ୍ମପୁର,୦୪/୦୭/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକ୍ କୋଳଥି ଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ଦାଶପୁର ସେବା ସମବାୟ ସମିତି ର ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବରୁ ମୋଟ ୧୧ ଜଣ ସଦସ୍ୟ ନୀଳାମ୍ବର ମହାନ୍ତି, କୈଳାଶ ପାତ୍ର, ମୀରା ପାତ୍ର, ଲିଙ୍ଗରାଜ ପାତ୍ର, ଚକରା ସେଠୀ, ମଙ୍ଗୁଳୁ ବେହେରା, ସୁପ୍ରଭା ପରିଡ଼ା, ମଞ୍ଜୁ ପାତ୍ର, ହରିହର ପାତ୍ର, ସନ୍ତୋଷ କୁମାର ରଣା ପ୍ରମୁଖ ନିର୍ଦ୍ଦେଶକ ରୁପେ ନିର୍ବାଚିତ ହୋଇଥିବା ବେଳେ ଆଜି ସଭାପତି ରୂପେ ବିଜେପି ସମର୍ଥିତ ପ୍ରାର୍ଥୀ ତଥା ତୁଳୁ ମଣ୍ଡଳ ସଭାପତି ବ୍ରଜମୋହନ ନାହକ ନିଜର ସମର୍ଥକ ଙ୍କ ଗହଣରେ ନିଜର ପାର୍ଥୀ ପତ୍ର ଦାଖଲ କରିଥିଲେ । ପାର୍ଥିପତ୍ର ଦାଖଲ ର ସମୟ ସୀମା ମଧ୍ୟରେ ଅନ୍ୟ କେହି ମଧ୍ୟ ପାର୍ଥୀ ପତ୍ର ଦାଖଲ ନକରିବାରୁ ନିର୍ବାଚନ ଅଧିକାରି ତଥା ଚିକରଡ଼ା ଗ୍ରାମ ପଞ୍ଚାୟତ ଅଧିକାରୀ ସୁଦର୍ଶନ ବିଷୋୟୀ ଓ ଦାଶପୁରୁ ସେବା ସମବାୟ ସମିତି ର ସମ୍ପାଦକ ରବୀନ୍ଦ୍ର ସେଠୀ ବ୍ରଜମୋହନ ନାହକ ଙ୍କୁ ନିର୍ଦ୍ଵନ୍ଦ ଘୋଷଣା କରିଥିଲେ। କୃଷକ ମାନଙ୍କ ର ସାମୁହିକ ବିକାଶ ସହ ସେବା ସମବାୟ ସମିତି କୁ ଉଚ୍ଚ ସ୍ତରରେ ପହଞ୍ଚାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ ବୋଲି ଶ୍ରୀଯୁକ୍ତ ନାହକ ନିଜର ପ୍ରତିକ୍ରିୟା ରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here