ପୁଣି ଚର୍ଚ୍ଚାରେ ସାରା ଶର୍ମା

0
159

ପାରଳାଖେମୁଣ୍ଡି , ୧୨/୧୨(ପ୍ରଭାତ ପାତ୍ର)-ଆଜି ବିଶ୍ବ ପର୍ବତ ଦିବସ ।ଏହି ଅବସରରେ ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ପାଳନ କରାଯାଇଛି।
ପୁଣି ଚର୍ଚ୍ଚାରେ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା । ପୂର୍ବରୁ ଏରୋବିକ ମ୍ୟୁଜିକରେ ନାଚି ଲୋକଙ୍କୁ ଫିଟନେସ ଫଣ୍ଡା ବିତିଥିବା ଏହି ଲେଡି ଆଇପିଏସ ଏବେ ଲୋକଙ୍କୁ ପର୍ବତାରୋହଣ କରାଇଛନ୍ତି। ଫିଟନେସ ପାଇଁ ପର୍ବତାରୋହଣ କିଭଳି ସହାୟକ ହୋଇଥାଏ ତାହା ସେ ବିଶ୍ୱ ପର୍ବତାରୋହ ଦିବସରେ ଶିଖାଇଛନ୍ତି। ସ୍ବାସ୍ଥ୍ୟ ହିଁ ସମ୍ପଦ ଓ ସ୍ବାସ୍ଥ୍ୟବାନ ହେବାପାଇଁ ଫିଟନେସ ରହିବା ଜରୁରୀ। ଲୋକଙ୍କୁ ଏହି ମନ୍ତ୍ର ଦେବା ଉଦ୍ଦେଶ୍ୟରେ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ସାରା ଶର୍ମା।
ବୁଧବାର ସକାଳ ସକାଳୁ ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ପରିସରରେ ଏକାଠି ହୋଇଥିଲେ ପୋଲିସ ଓ ବନବିଭାଗ ଅଧିକାରୀ ଏବଂ ସାଧାରଣ ଜନତା । ଏଠାରୁ ସମସ୍ତେ ସ୍ୱତନ୍ତ୍ର ଗାଡ଼ି ଯୋଗେ ଯାଇଥିଲେ ବୁରୁଖତ। ସେଠାରୁ ପ୍ରାୟ ୭ କିମି ପାହାଡ ଚଢି ପହଞ୍ଚି ଥିଲେ ମହେନ୍ଦ୍ରଗିରିରେ ସେଠାରେ କିଛି ସମୟ ବିତାଇବା ସହ ଭୋଜି ଭିତର ମଜା ବି ଉଠାଇଥିଲେ। ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାରେ ବିଶ୍ୱ ପର୍ବତ ଆରୋହଣ ଦିବସ ପାଳନ ହୋଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ପ୍ରଚେଷ୍ଟାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ପୂର୍ବ ରୁ ଶିଶୁ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ସେ ଟିମ ଓ ବାତ୍ୟା ପ୍ରପୀଡିତଙ୍କ ପାଇଁ ନିଜେ ରାସ୍ତାରେ ଥାଳି ଧରି ପାଣ୍ଠି ଯୋଗାଡ କରିବା ଭଳି କାମ କରି ସେ ଚର୍ଚ୍ଚାରେ ରହି ଆସିଛନ୍ତି।

LEAVE A REPLY

Please enter your comment!
Please enter your name here