5-T ରେ ସାମିଲ ହେଲା କୃଷି ଓ ଉଚ୍ଚଶିକ୍ଷା ବିଭାଗ

0
280

ଭୁବନେଶ୍ୱର,୧୨/୧୨-(ବ୍ୟୁରୋ ରିପୋର୍ଟ)5-Tରେ ସାମିଲ ହେଲା କୃଷି ଓ ଉଚ୍ଚଶିକ୍ଷା ବିଭାଗ। ଏହି କାର୍ଯ୍ୟକ୍ରମ ଅଧୀନକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆସିବା ସହ ଏ ନେଇ ଏକ ୧୭ ସୂତ୍ରୀ ଆକ୍ସନ ପ୍ଲାନ୍‌ ତିଆରି ହୋଇଛି ଏବଂ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି। ଏଥି ମଧ୍ୟରେ ରହିଛି, ଆକ୍ସନ ପ୍ଲାନ୍‌ରେ ସ୍କଲାରସିପ୍ କାଉନସିଲ ଗଠନ । ଫଳରେ ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ୭ ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା ସହ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିଛି। ବ୍ଲକ ଓ ଜିଲ୍ଲାସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ଲାପଟପ୍ ବଣ୍ଟନ କରାଯିବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଏକକ ଟ୍ରାନ୍ସଫର ପଲିସି କାର୍ଯ୍ୟକାରୀ ହେବ। ସାମ୍ସ ଜରିଆରେ ଛାତ୍ରଛାତ୍ରୀ ଫିଡ୍‌ବ୍ୟାକ୍‌ ଦେବା ବ୍ୟବସ୍ଥା, ବିଶ୍ୱବିଦ୍ୟାଳୟସ୍ତରରେ କ୍ୟାରିଅର କାଉନସେଲିଂ ବ୍ୟବସ୍ଥା, ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ଲାଗି ଛାତ୍ରଛାତ୍ରୀଙ୍କୁ କୋଚିଂ ବ୍ୟବସ୍ଥା ହେବ ।ସେହିପରି କୃଷି ବିଭାଗ ବିଭାଗ ମଧ୍ୟ ଆଜି ଠାରୁ 5-T ଅଧୀନରେ କାର୍ଯ୍ୟ କରିବ। ଏହା ଅଧୀନରେ ଚାଷୀମାନଙ୍କ ଅଭିଯୋଗର ସମାଧାନ ସହ କୃଷି ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କ ଫିଡ୍‌ବ୍ୟାକ୍‌ ଗ୍ରହଣ କରାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି। ଏଥିସହ ପୋଖରୀ ଖନନ କରାଯାଇ ଚାଷୀଙ୍କୁ ସ୍ୱାବଲମ୍ବୀ କରାଯିବ। ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରହିଛି। ଏହାସହ କାଳିଆ ଗ୍ରିଭାନ୍ସ ପୋର୍ଟାଲରେ ଚାଷୀ ଅଭିଯୋଗ ଦାଖଲ କରିପାରିବେ ବୋଲି କୃଷି ସଚିବ କହିଛନ୍ତି।

LEAVE A REPLY

Please enter your comment!
Please enter your name here