ଚିକିଟି : ଅବକାରୀ ଚଢ଼ାଉ, ନକଲି ମଦ ଜବତ, ଜଣେ ଗିରଫ

0
180

ଚିକିଟି,୦୩/୦୮/୨୦୨୨:ଚିକିଟି ରେ ଦ୍ଵିତୀୟ ସରକାରୀ ଲାଇସେନ୍ସ ପ୍ରାପ୍ତ ବାର ଓ ରେଷ୍ଟରାଣ୍ଟ ଖୋଲିବା ପରେ ନକଲି ମଦ ତିଆରି ଓ ବିକ୍ରି ଉପରେ ଅବକାରୀ ବିଭାଗର ଚେତା ପଶିଛି।ଗତ ବିଳମ୍ବିତ ରାତିରେ ଅବକାରୀ ସୁପରିଟେଣ୍ଡେଣ୍ଟ ରମେନ୍ଦ୍ର କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ଏକ ଷ୍ଟ୍ରାଇକ ଫୋର୍ସ ଚିକିଟି ପେଣ୍ଠ ସ୍ଥିତ ବାଙ୍କେଶ୍ୱରୀ ଫେମିଲି ରେଷ୍ଟରେଣ୍ଟ ରୁ ୩୩.୮୪୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ରାମଚନ୍ଦ୍ର ସାହୁ ନାମକ ଜଣକୁ ଗିରଫ କରି ଆଜି ପାତ୍ରପୁର କୋର୍ଟ ଚାଲାଣ କରିଛି l ଭାଗିଦାର ଥିବା ଅନ୍ୟମାନେ ଅବକାରୀ ବିଭାଗକୁ ଚକମା ଦେଖାଇ ଖସିଯାଇଥିବା ଜଣାପଡିଛି l ଅବକାରୀ ବିଭାଗ ତରଫରୁ ଏ ସମ୍ପର୍କ ରେ କେଶ ନଂ -୭୪/୨୨ ପ୍ରକାରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇବା ଅବକାରୀ ବିଭାଗ ତରଫରୁ ଜଣାପଡିଛି l ସୂଚନା ମୁତାବକ ଚିକିଟି ପେଣ୍ଠ ସ୍ଥିତ ବଙ୍କେଶ୍ୱରୀ ଫେମିଲି ରେଷ୍ଟରାଣ୍ଟ ରେ ବହୁ ମାସ ଧରି ବିଦେଶୀ ମଦ ଯାହା ରୟାଲ ଷ୍ଟଗ, ଏମ ସି ଓ୍ବସ୍କି ନାମରେ ସ୍ପିରିଟ ରେ ରଙ୍ଗ ମିଶାଇ ହତାଭିଡା ନକଲି ବିଦେଶୀ ମଦ ବିକ୍ରି ହେବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କେହି ଧରା ପଡୁନଥିଲେ ଓ ଅବକାରୀ ବିଭାଗ ଘଣ୍ଟ ଘୋଡାଉଥିଲେ । ଏ ସମ୍ପର୍କ ରେ ଅବକାରୀ ଏସ ପି ଙ୍କୁ ସୂଚନା ଦେବା ପରେ ତାଙ୍କ ନିର୍ଦେଶ କ୍ରମେ ଗତ ରାତ୍ର ଏହି ଚଢ଼ାଉ ହୋଇଥିଲା ।ଚଢ଼ାଉ ବେଳେ ଅବକାରୀ ପୁଲିସ ରାମଚନ୍ଦ୍ର ସାହୁ କୁ ଗିରଫ କରିବାରେ ସକ୍ଷମ ହୋଇଥିବା ଏଥିରେ ଭାଗିଦାର ଥିବା ଅନ୍ୟ ମାନେ ଅବକାରୀ ଫୋର୍ସ ଠାରୁ ଖସି ଯିବାରେ ସକ୍ଷମ ହୋଇଛନ୍ତି । ଅବକାରୀ ବିଭାଗ ମାତ୍ର ୩୩.୮୪୦ ଲିଟର (୧୮୮)ବୋତଲ ନକଲି ରଙ୍ଗମିଶା ସ୍ପିରିଟ ମଦକୁ ଜବତ କରିବାରେ ସକ୍ଷମ ହୋଇଛି ଏବଂ ଜଣକୁ ଗିରଫ କରି ପାତ୍ରପୁର କୋର୍ଟ ଚାଲାଣ କରିଛି ।ଏହି ଚଢ଼ାଉ ରେ ଅବକାରୀ ଇନ୍ସପେକ୍ଟର ମିହିର କୁମାର ସେଠି, ସୁଧାଂଶୁ ମୁଣ୍ଡା, ତପସ୍ୱିନୀ ବରାଳ, ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟେଟ ବିଶ୍ୱରଞ୍ଜନ କହଁର ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here