ଟାଟା ପାଓ୍ବାର(ଟିପିଏସଓଡିଏଲ) ଦ୍ବାରା ସଠିକ୍ ଚାଲୁଥିବା ଉପଭୋକ୍ତା ଙ୍କ ମିଟର ପରିବର୍ତ୍ତନ ବନ୍ଦ କରିବା ପାଇଁ ସାଧାରଣ ରେ ଦାବି

0
716

ବ୍ରହ୍ମପୁର,୧୨/୦୮/୨୦୨୨:
ବର୍ତ୍ତମାନ ଟାଟା ପାଓ୍ବାର(ଟିପିଏସଓଡିଏଲ) କମ୍ପାନୀ ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ସହରାଞ୍ଚଳ ର ବିଦ୍ୟୁତ ବିତରଣ ଦାୟିତ୍ବ ଗତ ଜାନୁଆରୀ ୨୦୨୧ ମସିହା ଠାରୁ ନେବା ପରଠାରୁ ଉପଭୋକ୍ତାମାନଙ୍କ ଘରେ ଲାଗିଥିବା ସଠିକ୍ ମିଟର ବଦଳାଇବା କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଆରମ୍ଭ କରିଛନ୍ତି। ଯାହା ଆଇନ ସମ୍ବନ୍ଧୀୟ ନୁହେଁ କି କୈାଣସି ଅଥୋରିଟି ଏପରି କରିବା ପାଇଁ ସେମାନଙ୍କୁ ନିର୍ଦେଶ ଦେଇଥିବା ସୂଚନା ନାହିଁ । ତେବେ କେଉଁ କାରଣ ପାଇଁ ଉପଭୋକ୍ତା ଙ୍କ ଠିକ୍ ଚାଲିଥିବା ମିଟରକୁ ପରିବର୍ତ୍ତନ କରାଯାଉଛି ତା’ର କୈାଣସି ସୂଚନା କିମ୍ବା ବିଜ୍ଞାପନ ସର୍ବସାଧାରଣ ରେ ତଥା ଉପଭୋକ୍ତାମାନଙ୍କ ଗୋଚରାର୍ଥେ ଜାରି କରାଯାଇନାହିଁ । ଏଥିସହ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ବିତରଣ କୋଡ଼ ୨୦୦୪ ଅନୁଯାୟୀ ପାରିତ ଅର୍ଡର-୨୦୨୨ ରେ ଠିକ୍ ଚାଲୁଥିବା ମିଟର ପରିବର୍ତ୍ତନ କରି ଆଉ ଗୋଟିଏ ଠିକ୍ ମିଟର ବସାଇବା ଭଳି ନିର୍ଦ୍ଦେଶ ଦେଇନାହାନ୍ତି । ତତ୍ ସଙ୍ଗେ ସଙ୍ଗେ ଓଇଆରସି କୋଡ଼-୨୦୦୪ ର ଧାରା ୫୯(୪) ଅନୁଯାୟୀ ମିଟର ସେତେବେଳେ ପରିବର୍ତ୍ତନ ହେବ ଯେତେବେଳେ କୈାଣସି ମିଟର ସଂଶୋଧନ କିମ୍ବା ମରାମତି ହୋଇପାରିବ ନାହିଁ । ବର୍ତ୍ତମାନ ଯେଉଁ ମିଟର ପରିବର୍ତ୍ତନ କାର୍ଯ ଟାଟା ପାଓ୍ବାର (ଟିପିଏସଓଡିଏଲ) ପକ୍ଷରୁ ଚାଲିଛି ତାହା ଉପରୋକ୍ତ ଦୁଇ ସର୍ତ୍ତ ପୂରଣ କରୁନଥିବା ନଜରକୁ ଆସୁଛି । ଏପରି ମିଟର ପରିବର୍ତ୍ତନ କରିବା ଉପଭୋକ୍ତା ସେବାରେ ଅବହେଳା କରିବା ସହ ଅସାଧୁ ବ୍ୟବସାୟୀକରଣ ଏବଂ ଏକ ଚାଟିଆ ବ୍ୟବସାୟ ବୃତ୍ତି ସଦୃଶ । ତେଣୁ କୈାଣସି ନିର୍ଦ୍ଦେଶ କିମ୍ବା ନିୟମ ନଥାଇ ଉପଭୋକ୍ତା ଙ୍କ ଯେଉଁ ମିଟର ପରିବର୍ତ୍ତନ କାର୍ଯ୍ୟକ୍ରମ ଟାଟା ପାଓ୍ବାର କମ୍ପାନୀ ଦ୍ଵାରା ଚାଲିଛି ତାହା ତୁରନ୍ତ ବନ୍ଦ କରାଯିବାକୁ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ଆଇନାନୁଯାୟୀ ଉପଭୋକ୍ତା ଆନ୍ଦୋଳନ କୁ ଏଡାଇ ଦିଆଯାଇନପାରେ ।

LEAVE A REPLY

Please enter your comment!
Please enter your name here