ବୁଗୁଡା,୩୧/୦୫/୨୦୨୩ :ଉଚ୍ଚ ମାଧ୍ୟମିକ ଯୁକ୍ତ ଦୁଇ ବିଜ୍ଞାନ ଫଳ ବୁଧବାର ଦିନ ପ୍ରକାଶ ପାଇଛି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ କେ.ମାନସ୍ୱିନୀ ପାତ୍ର ମୋଟ ୪୯୮ ମାର୍କ ରଖି ବୁଗୁଡା ବ୍ଲକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭଙ୍କିତା ମହାପାତ୍ର ୪୯୩ ମାର୍କ ରଖି ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେହି ବିଦ୍ୟାଳୟର ଡି.ଗିରିଜା ଆଚାରୀ ୪୯୦ ମାର୍କ ରଖି ତୃତୀୟ ସ୍ଥାନ ରଖିଛନ୍ତି। ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୧୬୪ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୩୭ ଜଣ, ଦ୍ଵିତୀୟ ଶ୍ରେଣୀରେ ୩୮ ଜଣ ଓ ତୃତୀୟ ଶ୍ରେଣୀରେ ୩୦ ଜଣ ପାସ ହୋଇଥିବା ବେଳେ ୫୯ ଜଣ ଫେଲ ହୋଇଛନ୍ତି। ବିଦ୍ୟାଳୟର ପାସ ହାର ୬୪.୦୨ ପ୍ରତିଶତ ଅଟେ। ସେହିପରି ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୪୪ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୫ ଜଣ ଓ ତୃତୀୟ ଶ୍ରେଣୀରେ ୧୩ ଜଣ ପାସ କରିଥିବା ବେଳେ ୮ ଜଣ ଫେଲ ହୋଇଛନ୍ତି। ଏହି ବିଦ୍ୟାଳୟର ପାସ ହାର ୮୧.୮୧ ପ୍ରତିଶତ ଅଟେ। ଅନ୍ୟତମ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୪୮ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୦ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୧ ଜଣ ଓ ତୃତୀୟ ଶ୍ରେଣୀରେ ୬ ଜଣ ପାସ କରିଥିବା ବେଳେ ୨୧ ଜଣ ଫେଲ ହୋଇଛନ୍ତି। ବିଦ୍ୟାଳୟର ପାସ ହାର ୫୬.୨୫ ପ୍ରତିଶତ ଅଟେ। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କେ.ମାନସ୍ୱିନୀ ବୁଗୁଡା ବ୍ଲକ ଟପ୍ପର ହୋଇ ଶିକ୍ଷା ଅନୁଷ୍ଠାନ ପାଇଁ ଗୌରବ ଆଣିଥିବା ଯୋଗୁଁ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି।