ବ୍ରହ୍ମପୁର,୧୦/୦୬/୨୦୨୩: ଚଳିତ ବର୍ଷ ଭାରତୀୟ ପ୍ରଶାସନିକ ସେବା ପରିକ୍ଷା ରେ ସର୍ବ ଭାରତୀୟ ସ୍ତରରେ ୧୬୨ ରାଙ୍କ୍ ରଖି କୃତିତ୍ୱ ରଖିଥିବା ବ୍ରହ୍ମପୁର ବାସିନ୍ଦା ଦୁର୍ଗା ପ୍ରସାଦ ଅଧିକାରୀ ଙ୍କୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସ୍ଥାନୀୟ ଟାଉନ ହଲ୍ ପରିସରରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମହାନଗର କମିଶନର ଜେ.ସୋନାଲ,ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଯେ,ବ୍ରହ୍ମପୁର ବାସିନ୍ଦା ଦୁର୍ଗା ପ୍ରସାଦ ଅଧିକାରୀ ଚଳିତ ଥର ଭାରତୀୟ ପ୍ରଶାସନ ସେବା ପରିକ୍ଷା ରେ ସର୍ବ ଭାରତୀୟ ସ୍ତରରେ ୧୬୨ ନମ୍ବର ରାଙ୍କ୍ ରଖି ଉତିନ୍ନ ହୋଇଛନ୍ତି।ସେ ଗତ ଥର ମଧ୍ୟ ସର୍ବ ଭାରତୀୟ ସ୍ତରରେ ୨୦୫ ରାଙ୍କ୍ ରଖି ସଫଳତା ପାଇବା ସହ ହାଇଦ୍ରାବାଦ ସ୍ଥିତ ପୋଲିସ ଟ୍ରେନିଂ ନେଉଛନ୍ତି।ତାଙ୍କର ଏହି ସଫଳତା ପାଇଁ ମହାପ୍ରଭୁ ଜଗନ୍ନାଥ ଙ୍କୁ ଶ୍ରେୟ ଦେବା ସହ ବାପା,ମାଆ ଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି। ଟାଉନ ହଲ୍ ପରିସରରେ ଥିବା ଇ-ଲାଇବ୍ରେରୀ ଠାରେ ସେ ପରିକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପ୍ରକାଶ କରି ସେଠାକାର ସାଙ୍ଗ, ସାଥି ଏବଂ ଲାଇବ୍ରେରୀଆନ ମଧ୍ୟ ଶ୍ରେୟ ଦେଇଛନ୍ତି । ଏହି ଅବସରରେ ସେଠାକାର ଲାଇବ୍ରେରୀଆନ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।
Home ବ୍ରହ୍ମପୁର ସ୍ପେଶାଳ ଭାରତୀୟ ପ୍ରଶାସନିକ ସେବା ପରିକ୍ଷା ରେ ସଫଳତା ପାଇଥିବା ବ୍ରହ୍ମପୁର ବାସିନ୍ଦା ଦୁର୍ଗା ପ୍ରସାଦ ଅଧିକାରୀ...





