ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବୃକ୍ଷକୁ ପୁନଃରୋପଣ।

0
146

ବ୍ରହ୍ମପୁର, ୧୯/୦୬/୨୦୨୩: ସ୍ଥାନୀୟ ପୁରୁଣା ବ୍ରହ୍ମପୁର ସ୍ଥିତ ରାମାଧିନ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅସୁରକ୍ଷିତ ଅବସ୍ଥା ରେ ପଡ଼ି ରହିଥିବା ୧୫ ବର୍ଷରୁ ଅଧିକ ପୁରାତନ ଓ ୨୫ ଫୁଟରୁ ଉର୍ଦ୍ଧ୍ବ ଲମ୍ବ ଏକ ଉସ୍ତ ଗଛଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ସୁକୁଣ୍ଡା ଗ୍ରାମ ନିକଟସ୍ଥ ହଜରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ପୁନଃରୋପଣ କରାଯାଇଛି । ନିକଟରେ କାଳବୈଶାଖୀ ପ୍ରଭାବରେ ଉସ୍ତ ଗଛଟି ଉପୁଡ଼ି ପଡିଯାଇଥିବା ବେଳେ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ତଥା ମହନ୍ତ ରାମ ଦାସ୍ ଓ ପ୍ରଫେସର ରମେଶ ଚନ୍ଦ୍ର ତ୍ରିପାଠିଙ୍କ ଅନୁରୋଧ କ୍ରମେ ବ୍ରହ୍ମପୁର ସବୁଜ ବାହିନୀର ସଦସ୍ୟମାନେ ବିଏମସି ଡେ଼ପୁଟି କମିଶନର ବିନୋଦ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରି ଗଛଟିକୁ ସୁରକ୍ଷିତ ଭାବରେ ଉଦ୍ଧାର ପାଇଁ ପ୍ରତିଶ୍ରୁତି ଦେବା ସହ ଗଛଟି ସ୍ଥାନାନ୍ତର ସକାଶେ ଟ୍ରାକ୍ଟର ବ୍ୟବସ୍ଥା କରିଥିବା ବେଳେ ଆରମ୍ବ ହୋଇଥିଲା ସ୍ଥାନନ୍ତର ପକ୍ରିୟା। ବ୍ରହ୍ମପୁର ସବୁଜ ବାହିନୀ ସଦସ୍ୟ ମାନଙ୍କ ସାହାଯ୍ୟରେ ଗଛକୁ ଉଦ୍ଧାର କରି ପୁନଃରୋପଣ କରିବା ପାଇଁ ୧୦ ଘଣ୍ଟା ସମୟ ଲାଗି ଥିଲା। ଏହା ପରେ ବୃକ୍ଷ ଟିକୁ ପୂଜା କରାଯାଇ କ୍ଷମା ପ୍ରାର୍ଥନା କରାଯାଇ ଥିଲା ସ୍ଥାନନ୍ତରିତ କରାଗଲା ବେଳେ ତା ଦେହରେ ଲାଗିଥିବା କ୍ଷତ ଓ ଆଘାତ ପାଇଁ । ବ୍ରହ୍ମପୁର ସବୁଜ ବାହିନୀ ପ୍ରାୟତଃ ପବନରେ ଉପୁଡ଼ି ପଡିଥିବା ଗଛ ହେଉ ଅବା ନାଳ, ଛାତ ଆଦି ମାନଙ୍କରେ ଅସୁରକ୍ଷିତ ଓ ପରିତ୍ୟକ୍ତ ଅବସ୍ଥାରେ ଲାଗି ରହିଥିବା ଗଛକୁ ନକାଟି ତାହାର ବିକଳ୍ପ ଭାବେ ଗଛଗୁଡିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପୁନଃରୋପଣ କରିଆସୁଅଛି। ବ୍ରହ୍ମପୁର ସହରରେ ବିକାଶ ମୂଳକ କାର୍ଯ୍ୟପାଇଁ ଗଛ କଟା ଚାଲିଥିବା ବେଳେ ଏହାକୁ ନକାଟି ବିକଳ୍ପ ଭାବେ ପୁନଃରୋପଣ କରିବାପାଇଁ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନ ଏବଂ ପ୍ରଶାସକଙ୍କୁ ଦାବି କରିଆସୁଅଛି ଯାହାଦ୍ୱାରା ପରିବେଶ ସନ୍ତୁଳିତ ହେବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ସବୁଜ ବାହିନୀର ଏହି ଗଛ ପୁନରୋପଣ କାର୍ଯ୍ୟକ୍ରମରେ ପ୍ରଫେସର ରମେଶ ଚନ୍ଦ୍ର ତ୍ରିପାଠୀ,ସଭାପତି ଶିବରାମ ପାଣିଗ୍ରାହୀ,ସମ୍ପାଦକ ଏ ପ୍ରକାଶ, ସହ ସମ୍ପାଦକ ପି ବିନୋଦ,କୋଷାଧ୍ୟକ୍ଷ ଗଣେଶ ପାଣିଗ୍ରାହୀ, ସୁଜିତ ଗୌଡ଼, ବାଲାଜି ବେହେରା, ପ୍ରବୀଣ କୁମାର୍,ପି କିରଣ କୁମାର,ଏସ ରବି କୁମାର, ସନିଆ ଗୌଡ, ସୁନିଲ ପାତ୍ର,ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here