ସାନଖେମୁଣ୍ଡି , ୦୧/୦୯/୨୦୨୩, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଜବ କୃଷିନୀତି ସମ୍ପ୍ରତି ଚାଷ କ୍ଷେତ୍ରରୁ ଚାଷୀଙ୍କୁ ନିବୃତ କରୁଥିବା ବେଳେ ସାଂପ୍ରତିକ ଜଳବାୟୁ ପରିବର୍ତ୍ତନ ସହ ଶାସକ ଓ ଶାସନ କକର ବେପରବାୟ ଉଦାସୀନତା ଚାଷୀ କୂଳକୁ ହନ୍ତସନ୍ତ କରୁଛି । ଚାଷୀଙ୍କ ପ୍ରତି ସରକାରଙ୍କ ଲୋକପ୍ରିୟ ଲଲିପପ୍ ଯୋଜନାର ସୁଫଳ ଅଣ ଚାଷୀ ହାବୁଡ଼ରେ ପଡ଼ୁଥିବା ବେଳେ ଚାଷୀଙ୍କ ପାଇଁ ସରକାରଙ୍କ ଜଳସେଚନ ବ୍ୟବସ୍ଥା , ରିହାତି ଦରରେ ବିହନ ଓ ଫସଲ ସାର ଏବଂ ପେଷ୍ଟିସାଇଡ ଯୋଗାଣ କୃଷି ଋଣ , ଫସଲ ବୀମା , ମଣ୍ଡି ପରିଚାଳନା ଆଦି ବ୍ୟବସ୍ଥାରେ ପ୍ରକୃତ କୃଷକ ଲାଭ ପାଉନଥିବା ଜଣାଯାଇଛି । ଏହି ସ୍ଥିତିରେ ସର୍ବଭାରତୀୟ ସ୍ତରରେ କୃଷକଙ୍କ ବିକାଶରେ କାମ କରୁଥିବା ସଙ୍ଗଠନ ଅଖିଳ ଭାରତ କୃଷକ ସଂଘ କୃଷକଙ୍କ ନାର୍ଯ୍ୟ ଦାବିକୁ ନେଇ ଅହରହ ଆନ୍ଦୋଳନ କରୁଥିବା ବେଳେ ସମ୍ପ୍ରତି ୧୬ ଦଫା ଦାବି ନେଇ ବ୍ଲକ ବିଡ଼ିଓଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରୁଅଛି । ଆଜି ଏହି ସଂଗଠନର ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ ଶତାଧିକ କୃଷକ ସାନଖେମୁଣ୍ଡି ବ୍ଲକ୍ ସମ୍ମୁଖରେ ସରକାରଙ୍କ କୃଷକ ବିରୋଧୀ ଯୋଜନାକୁ ନେଇ ସ୍ଲୋଗାନ ଦେଇଥିବା ବେଳେ କୃଷକଙ୍କ ସମସ୍ୟା ନେଇ ବିକ୍ଷୋଭର ଆୟୋଜନ କରିଛନ୍ତି । ସଙ୍ଗଠନ ପକ୍ଷରୁ ଜୋନ ସମ୍ପାଦକ କୈଳାସ ପାତ୍ର , ବ୍ଲକ୍ କମିଟି ସମ୍ପାଦକ ଭଗବାନ ରାଉତ ସହ ସମ୍ପାଦକ ସୁଶାନ୍ତ ସ୍ୱାଇଁ , ଏ କୃଷ୍ଣମୂର୍ତ୍ତି , ପାଣ ସେଠି, ଏନ୍, ନରେନ୍ଦ୍ର ରେଡ୍ଡୀ , ଉଦୟ ମଳିକ, ରୁଦ୍ର ମାଧବ ହୋତା ପ୍ରମୁଖ ଚାଷୀ ନେତା କୃଷକଙ୍କ ସମସ୍ୟା ନେଇ ନିଜ ନିଜ ଅଭିବ୍ୟକ୍ତି ରଖିବା ସହ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟଳୟ ସେକ୍ସନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୬ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ଏଆଇକେଏସ ସାନଖେମୁଣ୍ଡି ଆଞ୍ଚଳିକ ପରିଷଦର ୧୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ବିଡ଼ିଓଙ୍କୁ...