ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଏବଂ ସ୍ଵେଚ୍ଛାସେବୀ ସ୍ୱରାଜ ଙ୍କୁ ମିଳିବ ଏନ୍ ଏସ୍ ଏସ୍‌ ରାଜ୍ୟ ପୁରସ୍କାର ୨୦୨୨-୨୩

0
148

ବ୍ରହ୍ମପୁର,୦୧/୦୯/୨୦୨୩:ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଦିନ ଜାତୀୟ ସେବା ଯୋଜନା (ଏସ୍ଏସ୍ଏସ୍) ରାଜ୍ୟ ପୁରସ୍କାର (୨୦୨୨-୨୩) ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏକ ସ୍ଵତନ୍ତ୍ର ଉତ୍ସବରେ ବିଜେତାଙ୍କୁ ଟ୍ରଫି, ନଗଦ ଅର୍ଥରାଶି, ପଦକ ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯିବ । ୩ଜଣ ପ୍ରୋଗ୍ରାମ ଅଫିସର, ୩ଟି ଶ୍ରେଷ୍ଠ କଲେଜ ୟୁନିଟ୍, ବୃକ୍ଷରୋପଣ, ରକ୍ତଦାନ ପାଇଁ ୨ଟି ୟୁନିଟ୍ ସମେତ ୧୨ଜଣ ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ କରାଯିବ। ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବାଣିଜ୍ୟ ବିଭାଗର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶ ଙ୍କୁ ଶ୍ରେଷ୍ଠ ୟୁନିଟ ତଥା ଅଧିକାରୀ ରୂପେ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବ୍ୟବସାୟ ପ୍ରଶାସନିକ ବିଭାଗର ଛାତ୍ର ଶ୍ରୀ ସ୍ବରାଜ ମହାନ୍ତି କୁ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ରୂପେ ପୁରସ୍କାର ଦିଆଯିବ। ଏହି ଗୌରବ ପାଇଁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ୍, ପିଜି କାଉନ୍‌ସିଲ୍ ଚେୟାରମ୍ୟାନ ପ୍ରଫେସର ସୁଶାନ୍ତ ବରାଳ, ଏନ୍‌ଏସ୍‌ଏସ୍‌ କୋର୍ଡିନାଟର ଡଃ. ଜୟନ୍ତ କୁମାର ପଣ୍ଡା, ପୂର୍ବତନ ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀଣି ସ୍ୱର୍ଣ୍ଣଲତା ପଟ୍ଟନାୟକ, ବର୍ତ୍ତମାନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୁଦାମ ବିଷୋୟୀ ଙ୍କ ସମେତ ଅନ୍ୟମାନେ ଏହି ଦୁଇ ଜଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବିଗତ ବର୍ଷରେ ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଅନେକ ସେବାମୂଳକ କାର୍ଯ୍ୟକ୍ରମ ଓ ସଚେତନତା ଶିବିର ମାନ ଆୟୋଜନ କରାଯାଇଛି। ଯେପରି ମହିଳା ମାସିକ ଋତୁସ୍ରାବ ଜନିତ ସ୍ବଚ୍ଛତା, ଡିଜିଟାଲ ସାକ୍ଷରତା, ସ୍ୱଚ୍ଛ ଭାରତ ଓ ସ୍ୱଚ୍ଛ ପରିବେଶ, ରକ୍ତ ଦାନ ଶିବିର, ବିଶାଳ ମାନବ ଶୃଙ୍ଖଳ ରେ ଭାରତ ମାନଚିତ୍ର, ଜିଲ୍ଲା ଯୁବ ନେତୃତ୍ବ ଶିବିର, ସମୁଦ୍ର ବେଳାଭୂମି ସ୍ବଚ୍ଛତା ଆଦି ଅନେକ କାର୍ଯ୍ୟକ୍ରମ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here