ଚିନିଶିଳ୍ପ ନୂଆଗାଁ କାଳୀ ମନ୍ଦିର ଏବଂ ଲାଲାଶାସନ ର ବୈଷ୍ଣବି ଦେବୀ ଙ୍କ ଠାରେ ଦୁର୍ଗା ପୂଜା ଅନୁଷ୍ଠିତ

0
229

ଆସିକା,୨୧/୧୦/୨୦୨୩:
ଚିନିଶିଳ୍ପ ନୁଆଁଗା ପକ୍ଷରୁ ଦୁର୍ଗା ମଣ୍ଡପ ଠାରେ ଶାରଦୀୟ ତ୍ରିଦିନାତ୍ମକ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ନୁଆଁଗା କାଳୀ ମନ୍ଦିର ରେ ଆଶ୍ୱିନ ଶୁକ୍ଲପକ୍ଷ ଷଷ୍ଠି ଦିବସରେ ଗଙ୍ଗା ଆମନ୍ତ୍ରଣ, ଘଟ ପୂଜନ ବିଲ୍ଵ ବୃକ୍ଷ ପୂଜନ, ବିଲ୍ଵଅଧିବାସ, ବିଲ୍ଵବୃକ୍ଷ ଆମନ୍ତ୍ରଣ,ବିଲ୍ଵ ଶାଖା ଛେଦନ, ଦେବତା ଅଧିବାସ, ନବପତ୍ରିକା ବନ୍ଧନ, ପୂଜା ପରେ ସପ୍ତମୀ ପୂଜା ସୂର୍ଯ୍ୟ ପୂଜା,ଦନ୍ତ ଧାଵନ, ନବ ପତ୍ରିକା ସ୍ନାନ, ଭୃଙ୍ଗାରି ସ୍ନାନ, ଅଷ୍ଟକଳସ ଜଳେ ସାନ୍ନ, ନବ ପତ୍ରିକା ମଣ୍ଡପେ ପ୍ରବେଶ, ଘଟେ ପଞ୍ଚ ଦେବତା ପୂଜନ, ଚଣ୍ଡୀ ପାଠ, ମୁଣ୍ମୟୀ ଦେବୀଙ୍କ ଶରୀରରେ ପ୍ରାଣ ପ୍ରତିଷ୍ଠା, ଷୋଡଶ ଉପଚାର ପୂଜା, ଆବରଣ ପୂଜା, ପାର୍ଶ୍ଵ ଦେବତା ପୂଜା, ନବ ପତ୍ରିକା ପୂଜା, ନବଦୁର୍ଗା ପୂଜା, ହୋମ ଯଂଜ୍ଞ, ଆରତୀ, ପୁଷ୍ପାଞ୍ଜଳି, ବଳିଦାନ, ଜପ ତପ, ପ୍ରାସନ, ମାର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା l ଅଷ୍ଟମୀ ଯୁକ୍ତ ହେତୁ ଆତ୍ମପୀଠ ପୂଜା, ମାନସଉପଚାର ପୂଜା, ବାହ୍ୟ ପୀଠ ପୂଜା, ଦେବୀ ପୀଠ ଶକ୍ତି ପୂଜା, ରାଜ ଉପଚାର ପୂଜା, ଆବରଣ ପୂଜା, ଉଗ୍ର ଚଣ୍ଡୀ ପୂଜା, ଚଉଷଠି ଯୋଗିନୀ ପୂଜା, ଉପଯୋଗୀନୀ ପୂଜା, କୋଟି ଯୋଗିନୀ ପୂଜା, ନବ ଦୁର୍ଗା ପୂଜା, ଜୟନ୍ତୀ ପୂଜା, ଶସ୍ତ୍ର ପୂଜା, କୁସ୍ମାଣ୍ଡ ବଳି ପୂଜା ମଧ୍ୟ ପଣ୍ଡିତ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା l ଭକ୍ତ ମାନେ ଅଖଣ୍ଡ ଦୀପ ମଧ୍ୟ ପ୍ରଦାନ କରିଥିଲେ l ଜେଜମାନ ମାନେ ଚମ୍ପା ପୁଷ୍ପ, କୁକୁମ, ବିଲ୍ଵପତ୍ର, ପଦ୍ମ, ଅପରାଜିତା ପୁଷ୍ପ ମା ଦୁର୍ଗାଙ୍କ ପାଖରେ ଅର୍ପଣ କରିଥିଲେ l ଦିନ ତମାମ ମନ୍ଦିର ପରିବେଶ ଭକ୍ତ ଙ୍କ ରୁଣ୍ଡ ଜମିଥିଲା l ମଧ୍ୟ ରାତ୍ରରେ ପ୍ରସାଦ ସେବନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l

LEAVE A REPLY

Please enter your comment!
Please enter your name here