ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
176

ବ୍ରହ୍ମପୁର, ୨୮/୧୧/୨୦୨୩: ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ୧୨ ଦିନ ବ୍ୟାପୀ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ, ପ୍ରବଚନ, ନାମ ଯଜ୍ଞ, ନାରାୟଣ ସେବା, ବସ୍ତ୍ର ବଣ୍ଟନ ଆଦି କାର୍ଯ୍ୟ ମହା ଆଡମ୍ବର ରେ ସମାପ୍ତ ହୋଇଯାଇଛି। ପାରାୟଣ ବ୍ୟାସ ଭାବେ ସୀତାରାମ ବାବା ( ଜଗତସିଂହପୁର ), ଅରୁଣ କୁମାର ଦାଶ, ଶ୍ରୀନିବାସ ପାତ୍ର, ମାମି ବେହେରା, ସନ୍ଧ୍ୟା ରାଣୀ ପାଣିଗ୍ରାହୀ, ଶାରଦା ଦାଶ, ପ୍ରଭୃତି ପରିଚାଳନା କରିଥିଲେ। ଓଡ଼ିଶାର ବିଶିଷ୍ଟ ପ୍ରବଚିକା ଉତ୍କଳ ମୀରା କମଳ କୁମାରୀ ପାଣିଗ୍ରାହୀ ( ସୁନାବେଢ଼ା ) ଯୋଗ ଦେଇ ପୂଜ୍ୟ ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କ ଦିବ୍ୟତା, ଅଲୌକକତା ସହିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଭଗବାନଙ୍କ ଆଦର୍ଶ ତଥା ପବିତ୍ର ଭାଗବତ କଥାମୃତ ଭକ୍ତ ମାନଙ୍କୁ ଶୁଣାଇଥିଲେ। ବଶିଷ୍ଠ ଗୁରୁଭାଇ ରବୀନ୍ଦ୍ର ନାଥ ଦାସଙ୍କ ତତ୍ଵାବଧାନରେ ‘କଳି ଯୁଗ କେବଳଂ ନାମ ଆଧାରା’ ,’ ଜ୍ଞାନଂ ଜପ ଯଜ୍ଞସ୍ମୀ’ କୁ ଆଧାର କରି ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୩୦୦ ନାରାୟଣ ଙ୍କୁ ସ୍ଵାଦିଷ୍ଟ ଭୋଜନ ସହିତ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା। ଅଞ୍ଚଳର ପ୍ରାୟ ୨୫୦୦ ରୁ ଉର୍ଦ୍ଧ୍ବ ଭକ୍ତ ଉପସ୍ଥିତ ରହି ଅନ୍ନ ପ୍ରସାଦ ସେବନ କରିଥିଲେ। ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମ କୁ ଦିବ୍ୟ ଜୀବନ ସଂଘ ଦକ୍ଷିଣାଞ୍ଚଳ ସମନ୍ଵୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡା, ସୁରେଶ ଚନ୍ଦ୍ର ବରାଡ଼, ମୁନା ପାଣିଗ୍ରାହୀ, ଅଲେଖ ବେହେରା, ମମତା ମହାପାତ୍ର, ପାପା, ସନ୍ତୋଷିନି, ସୁଗ୍ୟାନି ପଣ୍ଡା, ପ୍ରମିଳା ମହାରଣା, ପଦ୍ମନାଭ ସାହୁ, ସାଗର ବେହେରା, ଭଗବାନ ଖଟେଇ, ଶରତ ଚନ୍ଦ୍ର ସାହୁ, ପ୍ରଭୃତି ପରିଚାଳନା କରିଥିଲେ। ପୂର୍ଣ୍ଣାହୁତି ଦିବସ ରେ କମଳ ମା ଙ୍କ ଦ୍ଵାରା ଆସନ୍ତା ନୂତନ ବର୍ଷ ର କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା। ପବିତ୍ର ହରିହାଟ ଦିନ ଦକ୍ଷିଣାଞ୍ଚଳ ସମନ୍ଵୟ ସମିତିର ସଭାପତି ବିପ୍ରଚରଣ ପାତ୍ର, ସ୍ବାମୀ ଗୁରୁଶରଣା ନନ୍ଦ ସରସ୍ଵତୀ, ଗୋବିନ୍ଦା ନନ୍ଦ ସରସ୍ଵତୀ, ଶ୍ରୀଧର ଦାଶ ପ୍ରଭୃତି ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here