ବ୍ରହ୍ମପୁର,୨୧/୦୮/୨୦୨୪: ସ୍ଥାନୀୟ ବଡ ମେଡିକାଲ ପରିସରରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ସେକ୍ସନ ତଥା ବର୍ତ୍ତମାନ ର ଓ୍ବାଟକୋ ସେକ୍ସନ କାର୍ଯ୍ୟାଳୟରେ ବହୁ ବେନିୟମ କାର୍ଯ୍ୟ ସାଙ୍ଗକୁ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଥିବା ଅଭିଯୋଗ ହେଉଛି। ଏହି ସେକ୍ସନ ଅଧିନ ରେ ଥିବା ବଡ ମେଡିକାଲ ର ସମସ୍ତ କୋଠା ତଥା ପିଜି ହୋଷ୍ଟେଲ, କାଜୁଆଲିଟି, ଇନଡୋର ଆଇପିଡି, ଶିଶୁ ବିଭାଗ, ଚକ୍ଷୁ ବିଭାଗ, କ୍ୟାନସର ବିଭାଗ, ଆର.କେ ହୋଷ୍ଟେଲ, ନର୍ସିଂ ହୋଷ୍ଟେଲ, ଲେଡିଜ ହୋଷ୍ଟେଲ, ଡାକ୍ତର ମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ବାର୍ଟର, ମେଡିକାଲ କ୍ୟାମ୍ପସ ସ୍କୁଲ ସମେତ ଜୋନ ୫,୯,୧୧ ର ରକ୍ଷଣାବେକ୍ଷଣ ଏବଂ ଜଳ ଯୋଗାଣ ପାଇଁ ମିଥ୍ୟା କାର୍ଯ୍ୟ ନାମ ହରଲୁଟ କରାଯାଉଛି ।ଏଠାରେ କାର୍ଯ୍ୟରତ ଯନ୍ତ୍ରୀ ତଥା ପୂର୍ବରୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ରମେଶ ସାହୁ ଏଠାରେ ଦୀର୍ଘ ବର୍ଷ ହେଲା ଅବସ୍ଥାପିତ ହେତୁ ଦୁର୍ନୀତି କରିବାରେ ପାରଙ୍ଗମ ହୋଇଗଲେଣି। ଉକ୍ତ ସେକ୍ସନ ର କର୍ମଚାରୀ ତଥା ପମ୍ପ ଡ୍ରାଇଭର ଅଶୋକ କୁମାର ଜେନା ଜନୈକା ମହିଳା ଠିକାଦାରଙ୍କ ଜରିଆରେ ମିଥ୍ୟା ବିଲ୍ ପ୍ରସ୍ତୁତ କରାଇ ଦିନ ଦ୍ବିପ୍ରହର ରେ ସରକାରୀ ରାଜସ୍ବ ଲୁଟ୍ କରିବା ପାଇଁ ଯନ୍ତ୍ରୀ ଜଣକ ସମସ୍ତ ପ୍ରକାର ବାଟ ଖୋଲି ଦେଇଛନ୍ତି, ଯାହାକି ଭିଜିଲାନ୍ସ ତଦନ୍ତ ସାପେକ୍ଷ।
ଅନ୍ୟ ପକ୍ଷରେ କର୍ମଚାରୀ ଜଣକ ଅଶୋକ କୁମାର ଜେନା ବେସରକାରୀ ଭାବେ ଠିକା ଯନ୍ତ୍ରୀ ତଥା ଓ୍ବାଟକୋ ସି ଓ ଓ ସିତାରାମ ପଣ୍ଡା ଙ୍କ ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଥିବା ହେତୁ ଉକ୍ତ ସେକ୍ସନ ଆଧିପତ୍ୟ ବିସ୍ତାର କରି ଦୁର୍ନୀତି କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି।ଫଳରେ ସେକ୍ସନ ଅଧିକାରୀ ତଥା ଯନ୍ତ୍ରୀ ମହୋଦୟ ଦୁର୍ନୀତି କୁ ଆକଟ କରିବା ପରିବର୍ତ୍ତେ ଦୁର୍ନୀତି କୁ ପ୍ରଶୟ ଦେଉଛନ୍ତି, ଯାହାକି ଭିଜିଲାନ୍ସ ତଦନ୍ତରେ ସବୁ ଗୁମର ଫିଟିବ।