ପୋଲସରା ୧୨/୦୫/୨୬ ଘର ସାମ୍ନାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପୋଲସରା ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମର ରଞ୍ଜନ ଡାକୁଆଙ୍କ ଘର ସମ୍ମୁଖରେ ଗରେଇଝୁଳି ଗ୍ରାମର ଗୁରୁମୁର୍ତ୍ତି ନାହାକ, କଣଛାଇ ଗ୍ରାମର କୃଷ୍ଣ ନାହାକ ଓ ଡୁଲୁ ନାହାକ ମିଳିତ ଭାବେ ବନ୍ଧୁକ ଓ ମାରଣାସ୍ତ୍ର ଧରି ରଞ୍ଜନ ରଞ୍ଜନଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ରଞ୍ଜନ ଡାକୁଆ ୧୧/୦୫/୨୬ ତାରିଖ ଦିନ ପୋଲସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପୋଲସରା ପୋଲିସ ଥାନାରେ କେଶ ନଂ ୨୭୭/୨୬ ପ୍ରକାରେ ଏକ ମାମଲା ରୁଜୁ ହେବା ସହ ତିନି ଅଭିଯୁକ୍ତଙ୍କ ଠାରୁ ଏକ ବନ୍ଧୁକ, ଦୁଇଟି ଖଣ୍ଡା ଓ ତିନି ଗୋଟି ମୋବାଇଲ ଜବତ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ସୂଚନା ଦେଇଛନ୍ତି।





