ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ପ୍ରାଙ୍ଗଣରେ ବିଶ୍ଵ ପରିବେଶ ଦିବସ ପାଳିତ

0
4

ବ୍ରହ୍ମପୁର,୦୫/୦୬/୨୦୨୬: ସ୍ଥାନୀୟ ନେହେରୁ ନଗର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ପ୍ରାଙ୍ଗଣରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଗର ଅଧ୍ୟକ୍ଷ ଶ୍ରୀ ସତୀଶ୍ କୁମାର ପାଣିଗ୍ରାହୀ, ଉପଭୋକ୍ତା ଓକିଲ ସଂଘର ଉପସଭାପତି ଆଇନଜୀବୀ ଡଃ ଲକ୍ଷ୍ମୀ ନାରାୟଣ ଦାସ, ଯୁଗ୍ମ ସମ୍ପାଦକ ଆଇନଜୀବୀ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ, ଆଇନଜୀବୀ ସୁଶ୍ରୀ ଅଳିମା ଭୂୟାଁ ତଥା ଆୟୋଗର କର୍ମଚାରୀବୃନ୍ଦ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଏହାସହ ଆୟୋଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଦ୍ଵୟ ପାର୍ଶ୍ଵରେ ଭବିଷ୍ୟତରେ ବ୍ୟାପକ ବୃକ୍ଷାରୋପଣ କରିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here