“ଅନ୍ତଃ ଜିଲ୍ଲା ପ୍ରଥମ ସି.ଏମ ଟ୍ରଫି କବାଡି ଚାମ୍ପିୟନସିପ ବ୍ରହ୍ମପୁର ଜୋନ ରେ ଉଦଘାଟିତ “

0
3

ବ୍ରହ୍ମପୁର ,୦୫/୦୬/୨୦୨୬;ଆଜି ସ୍ଥାନୀୟ ମହାତ୍ମାଗାନ୍ଧୀ ଷ୍ଟାଡିଅମ୍ ଇଣ୍ଡୋର ହଲ ରେ ପ୍ରଥମ ସି.ଏମ୍ କପ ଅନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତା ଉଦଘାଟନ ହୋଇଯାଇଅଛି। ଏହି ପ୍ରତିଯୋଗିତା ରେ ବ୍ରହ୍ମପୁର ଜୋନ ରେ ମୋଟା ୮ ଗୋଟିଏ ଦଳ ଭାଗ ନେଇଛନ୍ତି, ଯଥା : ମାଲକାନଗିରି, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ ଓ ରାୟଗଡା ଜିଲ୍ଲା। ଏହି କବାଡି ଚାମ୍ପିୟନସିପ ଜୁନ ୫ ତାରିଖ ଠାରୁ ୭ ତାରିଖ ଯାଏଁ ସମସ୍ତ ଲିଗ ମ୍ୟାଚ ସମେତ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ମଧ୍ୟ ବ୍ରହ୍ମପୁର ଜୋନ ଖେଳାଯିବ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ। ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ଗଞ୍ଜାମ ଏଡ଼ିଏମ ସୁନୀଲ କେରକେଟା ସମେତ ସମ୍ପାଦକ ଓଡିଶା କବାଡି ସଙ୍ଘ ସୂର୍ଯ୍ୟକାନ୍ତ ମହାନ୍ତି। ଏଥି ସହ ଧନ୍ୟବାଦ ଜ୍ଞାପନ ଜଣାଇଥିଲେ କେଦାରନାଥ ଚୌଧୁରୀ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ଉପ -ସଭାପତି, ଏବଂ କ୍ରୀଡା ସଙ୍ଘ ସଦସ୍ୟ ତାରିଣୀ ସାମନ୍ତରାୟ, ରାଜନାରାୟଣ ପାତ୍ର, ଡ଼ି ଡ଼ି ଗନ୍ତାୟତ, ବିଜୟ କୁମାର ପଟନାୟକ, ଜି.ଏମ ବାବୁ, ରାଜେନ୍ଦ୍ର ପ୍ରସାଦ ଗନ୍ତାୟତ, ସୀତାରାମ ଵେବରତା, ଡ଼ି ଆପ୍ପା ରାଓ, ଦୁର୍ଗା ପଟନାୟକ, ପ୍ରମୋଦ ମହାରଣା, କେ. ଭି. ଜି. ରବି କୁମାର ଏବଂ ଜିଲ୍ଲା ର ବରିଷ୍ଠ ଖେଳାଳି ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here