Home ବ୍ରହ୍ମପୁର ସ୍ପେଶାଳ ଶିଶୁ ସାହିତ୍ୟିକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ସମ୍ବର୍ଦ୍ଧିତ

ଶିଶୁ ସାହିତ୍ୟିକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ସମ୍ବର୍ଦ୍ଧିତ

0
3

ବୁଗୁଡ଼ା, ୧୦/୬/୨୬ : ବରିଷ୍ଠ ଶିଶୁ ସାହିତ୍ୟିକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ସଂଗଠକ ଏବଂ “ଉତ୍କଳିକା” ସାହିତ୍ୟ ଅନୁଷ୍ଠାନର ସଂପାଦକ ତଥା ବୁଗୁଡ଼ା ବ୍ଲକ ବାସିନ୍ଦା ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣାଙ୍କୁ ମା ତାରିଣୀ ପୀଠ ଘଟଗାଁ ଠାରେ ସାମଗ୍ରିକ ସାହିତ୍ୟ ସାଧନା ନିମନ୍ତେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଯୋଗୀ ସାହିତ୍ୟ ସଂସଦ, କେନ୍ଦୁଝର ଓ ମାନସପୀଠ, କେନ୍ଦୁଝର ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମାବେଶ, ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା, ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ଉପେନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅଥିତି ଭାବେ “ସୁଶ୍ରୀ ଶୁଭଶ୍ରୀ” ର ସମ୍ପାଦିକା ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ, ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ଼କ୍ଟର ସୁନୀତି ଦେବତା ଏବଂ ସମ୍ମାନିତ ଅଥିତି ଭାବେ ଦେବାଶିଷ ଚକ୍ରବର୍ତ୍ତୀ ଓ ଅନୁଷ୍ଠାନ ର ସମ୍ପାଦକ ବାବୁଲାଲ ପଳେଇ ଯୋଗଦେଇଥିଲେ। ଅତିଥି ବୃନ୍ଦ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ “ସାହିତ୍ୟିକ ଓ କବି ଜୀବନ ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନ” ପ୍ରଦାନ କରିଥିଲେ। ଏହା ପୂର୍ବରୁ ଅପରାହ୍ନ ସମ୍ବାଦ ପତ୍ର, ବାଲେଶ୍ୱରର ଗାନ୍ଧି ସ୍ମୃତି ଭବନରେ ଡକ୍ଟର ମହାରଣାଙ୍କୁ
“ସୃଜନଶ୍ରୀ ସମ୍ମାନ” ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ନିମନ୍ତେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ର ସଭାପତି ଡାକ୍ତର ତିରୁପତି ସାହୁ, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ, ଶିଶୁ ସାହିତ୍ୟିକ ସୁଶାନ୍ତ କର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଜେନା ପ୍ରମୁଖ ଡକ୍ଟର ମହାରଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!