ଟ୍ରକ୍ ଡ୍ରାଇଭର କୁ ମାଡ ଘଟଣା ର ୪ ଅଭିଯୁକ୍ତ ଗିରଫ୍

0
466

ବ୍ରହ୍ମପୁର:(୧୩/୮) ଗତ ୧୧/୮/୨୦୧୯ ସଂନ୍ଧ୍ଯା ରେ ମହାରାଷ୍ଟ୍ର ର ନାଗପୁର ସହର ର ଡ୍ରାଇଭର ଆଜାଦ ଖାଁ ଏମଏଚ୪୦/୪୪୦୩ ଟ୍ରକ୍ ଯୋଗେ କୁକୁଡା ଦାନା ବୋଝେଇ କରି ବ୍ରହ୍ମପୁର ଆସିଥିଲେ। ବୋଝେଇ କାମ ସାରି ବ୍ରହ୍ମପୁର ଟ୍ରକ୍ ୟୁନିୟନ ଅଫିସ ନିକଟ ରେ ଥିବା ପେଟ୍ରୋଲ ଟାଙ୍କି ନିକଟ ରେ ବିଶ୍ରାମ ନେବା ବେଳେ ୪ଜଣ ଅଭିଯୁକ୍ତ (୧) ଶ୍ରୀରାମ ନଗର- ୭ର,ଚିଙ୍କୁ ସ୍ବାଇଁ(୨୧ବର୍ଷ), (୨) ଶ୍ରୀରାମ ନଗର-୩ର ସନ୍ତେଷ କୁମାର ବେହେରା (୨୯ବର୍ଷ) ,(୩) ସୋମନାଥ ନଗର -୩ ର ଗଣେଶ ବିଶ୍ବାଳ ଏବଂ ଶ୍ରୀରାମ ନଗର-୨ ର ସନ୍ତୋଷ ସାହୁ ପ୍ରମୁଖ ୨ଟି ମୋଟର ସାଇକେଲ ରେ ଆସି ଟ୍ରକ୍ ୟୁନିୟନ ର ମେମ୍ବର କହି ଚାନ୍ଦା ମାଗିଥିଲେ। ଏହାର ପ୍ରତିବାଦ ସ୍ବରୂପ ଉକ୍ତ ଆସାମୀ ମାନେ ତାଙ୍କୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରି ୬ଟି ଚକା ର ହାଓ୍ୱା ଖୋଲି ଦେଇ ୮ ହଜାର ଟଙ୍କା ଲୁଟି ନେଇଥିଲେ। ଏବଂ ଡାହାଣ ହାତ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଥିଲା। ବଡ ବଜାର ଥାନା କେଶ୍ ନଂ-୧୨୯/୧୯ , ଆପିସି ର ଧାରା୩୯୪ ମାମଲା ରୁଜୁ ହୋଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ସହ ନଗଦ ୮ହଜାର ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟ କୁ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here