ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ୭୩ ତମ ସ୍ବାଧୀନତା ଦିବସ ମହାଆଡ଼ମ୍ବର ରେ ପାଳନ

0
237

ବ୍ରହ୍ମପୁର, ୧୫/୮/୧୯.ଆଜି ବ୍ରହ୍ମପୁର ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ୭୩ ତମ ସ୍ବାଧୀନତା ଦିବସ ମହାଆଡ଼ମ୍ବର ରେ ପାଳନ ହୋଇଯାଇଛି । ମୂଖ୍ଯ ଅତିଥି ରୂପେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ସମ୍ମଳିତ ପ୍ୟାରଡ ରେ ଅଭିବାଦନ ଗ୍ରହଣ କରି ଉଦବୋଧନ ଦେଇଥିଲେ। ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ସିନ୍ଦୁକ ଦତ୍ତାତ୍ରୟ ଭାଉସାହେବ, ବିଏମସି କମିଶନର ପ୍ରମୂଖ ଉପସ୍ଥିତ ଥିଲେ। ପରେ ପରେ ଓଡ଼ିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ୟାରଡ, ଶାରୀରିକ କ୍ରିଡା ପ୍ରଦର୍ଶନ, ତର୍କ, ଦେଶାତ୍ମବୋଧକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ପ୍ରତିଯୋଗି ଓ ପ୍ୟାରଡ ବିଜୟୀ ଦଳ କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ମୂଖ୍ଯ ଅତିଥି ଙ୍କ ଦ୍ବାରା ଉତ୍କଳ ବାଳାଶ୍ରମ, ମନୋବିକାଶ, ମେରିଲାକ ମର୍ସି ହୋମ, ଆମ୍ବପୁଆ ସ୍ଥିତ ରେଡକ୍ରସ ଅଦୃଷ୍ଟି ବିଦ୍ୟାଳୟ ଓ ହେଲେନ କିଲର ରେଡକ୍ରସ ବଧିର ବିଦ୍ୟାଳୟ ପରିଦର୍ଶନ କରି ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ କରିଥିଲେ

LEAVE A REPLY

Please enter your comment!
Please enter your name here