ରାଜ୍ୟ ସରକାର ଙ୍କ ଜିରୋ ଟଲେରାନ୍ସ

0
440
  • ରାଜ୍ୟ ସରକାର ଦୂର୍ନୀତି ବିରୋଧ କଡା ଆଭିମୁଖ୍ୟ ତଥା ଦୂର୍ନୀତି କ୍ଷେତ୍ର ରେ ଶୂନ୍ଯ ସହିଷ୍ଣୁତା (ଜିରୋ ଟଲେରାନ୍ସ) ନୀତି ରେ ରାଜ୍ଯ ର ୧୫ଜଣ ଅଧିକାରୀ ଚାକିରି ରୁ ବରଖାସ୍ତ କରିବା ସହିତ ୨ଜଣ ପୁର୍ବତନ ଅଧିକାରୀ ଙ୍କୁ ପେନସନ ସୁବିଧା ସଂମ୍ପୂର୍ଣ୍ଣ ବନ୍ଦ କରିବା ସ୍ବାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ରାଜ୍ଯ ର ବିଭିନ୍ନ ବିଭାଗ ରେ କାଯ୍ୟରତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଦୂର୍ନୀତି ଗ୍ରସ୍ତ ହୋଇ ସରକାରୀ ରାଜସ୍ବ ଦିନ ଦ୍ବିପ୍ରହର ରେ ଲୁଟ କରୁଛନ୍ତି, ସେଥିପାଇଁ ସରକାର କୌଣସି ପ୍ରକାର କାଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଗୋଟେ ସାଧାରଣ ଲୋକ ଯଦି କୌଣସି ସରକାରୀ ଅଧିକାରୀ ଙ୍କ ଦୂର୍ନୀତି ସଂପର୍କ ରେ ବିଭଗୀୟ ଅଧିକାରୀ ଓ ଭିଜିଲାନ୍ସ ଠାରେ ଅଭିଯୋଗ କରିଲେ, ତାର ପରବର୍ତ୍ତୀ ସମୟରେ ଉକ୍ତ ଦୂର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ, ଉଚ୍ଚ ପଦସ୍ଥ ଅଧିକାରୀ ଓ ଭିଜିଲାନ୍ସ ଅଧିକାରୀ ମାନଙ୍କ ସହ ମଧୁ ଚନ୍ଦ୍ରିକା ହୋଇଯାଇଛି।ଯଦ୍ବାରା ଦୂର୍ନୀତିଗ୍ରସ୍ତ ଅଧିକାର ଙ୍କ ଉପରେ କୌଣସି କାଯ୍ୟାନୁଷ୍ଠାନ ତ ଦୁର ର କଥା, ଦୂର୍ନୀତି ର ମଧ୍ଯ ତଦନ୍ତ କରାଯାଉନାହିଁ।ଅନ୍ୟ ପକ୍ଷ ରେ ତଳସ୍ତରରୁ କର୍ମଚାରୀ ଙ୍କୁ ସରକାର ବହିଷ୍କୃତ କରୁଥିବା ବେଳେ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଭିଜିଲାନ୍ସ ଚାର୍ଜସିଟ୍ ଥାଇ ମଧ୍ଯ ପ୍ରମୋସନ ପାଉଛନ୍ତି। ପୂର୍ତ୍ତ ବିଭାଗ, ରାଜସ୍ବ ବିଭାଗ, ନଗର ଉନ୍ନୟନ ବିଭାଗ, ଜଳସଂପଦ ବିଭାଗ, ପଂଚାୟତ ବିଭାଗ, ଯୋଜନା ସମନ୍ବୟ ବିଭାଗ ର ବହୁ ଅଧିକାରୀ ଭିଜିଲାନ୍ସ ଚାର୍ଜସିଟ୍ ଥାଇ ଏକାଧିକ ପ୍ରମୋସନ ପାଇ ଉଚ୍ଚ ପଦ ପଦବୀ ରେ ଅବସ୍ଥାନ କରୁଛନ୍ତି। ଯାହାର ଚିଠା ପ୍ରସ୍ତୁତ କରି ,ସରକାର ସାର୍ବଜନୀନ କରିବା ସହ ସେମାନଙ୍କ ବିରୁଦ୍ଧ ରେ କାଯ୍ୟାନୁଷ୍ଠାନ କରାଯିବା ଆବଶ୍ଯକ। ନଚେତ୍ ସରକାର ଙ୍କ ଜିରୋ ଟଲେରାନ୍ସ ଧୂଆଁ ବାଣ ହୋଇଯିବ।

LEAVE A REPLY

Please enter your comment!
Please enter your name here