ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ଅଭିଯାନ ପ୍ରକଳ୍ପ ଆରମ୍ଭ

0
381

ବ୍ରହ୍ମପୁର,୨୩/୮/୧୯, ସ୍ଥାନୀୟ YWCA ବ୍ରହ୍ମପୁର ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଆଜି ରେଲ ଷ୍ଟେସନ ବାହାରେ ଭିକ୍ଷା ବୃତ୍ତି ପୁଣି ସ୍କୁଲ ନ ଯାଇ ବାହାରେ ବୁଲୁଥିବା ଛୋଟ ପିଲାମାନଙ୍କ ମଧ୍ୟ ରେ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ଓ ପରିଷ୍କାର ପରିଛନତା ଉପରେ ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଷ୍ଟେସନ ବାହାରେ ବୁଲୁଥିବା ବହୁତ ପିଲାମାନେ ଓ ଭିନ୍ନକ୍ଷମ ବ୍ୟକ୍ତି ତଥା ଅସହାୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ l ସଙ୍ଗଠନ ତରଫରୁ sanitary kit ପରିଷ୍କାର ନିମନ୍ତେ ବ୍ୟବହାର ସାମଗ୍ରୀ ସଭିଙ୍କୁ ବିତରଣ କରାଯାଇଥିଲା ଏବଂ ସ୍କୁଲ ରେ ପାଠ ପଢିବା ଓ ସଫା ସୁତୁରା ରହିବା ନିମନ୍ତେ ସଗଂଠନ ର ଅଧ୍ୟାକ୍ଷl ଲେନା ଚାନ୍ଦ ସଚେତନ କରlଇଥିଲେ l ଏହି ଅଭିଯାନ ବର୍ଷ ତମାମ ଚାଲିବ ଏବଂ ସାହି ବସ୍ତି ପଥପାର୍ଶ୍ବ ରେ ରହୁଥିବା ପିଲାମାନେ ଓ ଅଭିଭାବକ ମାନଙ୍କୁ ସଚେତନ କରlଇବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ବୋଲି ସେ ଜଣାଇଛନ୍ତି l ଏହି ଅବସର ରେ ଅନୁଷ୍ଠାନ ର ଯୁବାନେତ୍ରୀ ଅର୍ଚନା ନାୟକ ଓ ଭାଗ୍ୟଶ୍ରୀ ମହାରଣା କାର୍ଯ୍ୟକ୍ରମ ର ସଞ୍ଜଜନl ରେ ସହଯୋଗ କରି ପିଲାମାନ ଙ୍କୁ ଉତ୍ସାହିତ କରିଥିଲେ l

LEAVE A REPLY

Please enter your comment!
Please enter your name here