ରଙ୍ଗେଇଲୁଣ୍ଡା ସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, ର ୨୫ ତମ ବାର୍ଷିକ ଉତ୍ସବ ପାଳନ

0
386

ବ୍ରହ୍ମପୁର,୩୦/୮/୧୯;ରଙ୍ଗେଇଲୁଣ୍ଡା ସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, ର ୨୫ ତମ ବାର୍ଷିକ ଉତ୍ସବ ଛାତ୍ର ସଂସଦ ସଭାପତି ଶକ୍ତି କାନ୍ତ ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା, କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇ,ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସଂପର୍କ ରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ପିଲାମାନଙ୍କୁ ସୁଯୋଗ ହୋଇଥିବା ସୁଚନା ଦେଇଥିଲେ।ଏଣୁ ଜ୍ଞାନ ଆହରଣ ସହ ଭବିଷ୍ଯତ ରେ ଏହା ଯେପରି ସୁବିନିଯୋଗ କରାଯାଇ ପାରିବ ସେ ଦିଗ ରେ ଯନ୍ତ୍ରବାନ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ଉତ୍ସବ ରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରା ।ଆଜି ର ଏହି କାର୍ଯ୍ୟକ୍ରମ ରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ମହାବିଦ୍ୟାଳୟ ଛାତ୍ର ସଂସଦ କର୍ମକର୍ତ୍ତାଗଣ ପ୍ରମୂଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here