ବ୍ରହ୍ମପୁର ରେ ବ୍ରାଉନ ସୁଗାର ବେପାର, ଦୁଇ ଗିରଫ

0
216

ବ୍ରହ୍ମପୁର, ୩୦/୮/୧୯;ଆଜି ସଂଧ୍ୟାରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ ବ୍ରାଉନ ସୁଗାର ବିକ୍ରୀ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବା ସହ ୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି  । ଗିରଫ ଦୁଇ ଜଣ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ଼ ଗାଁର ବୁଡୁ ଦାଶ ଓ ସୋରଳ ଜଙ୍କସନର ରଞ୍ଜନ ସାହୁ । ଗିରଫ ଦୁଇ ଜଣ ଏକ ମୋଟର ସାଇକେଲରେ ଭୂବନେଶ୍ୱରରୁ ଏହି ବ୍ରାଉନ ସୁଗାର ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିଲେ। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଖଜୁରୀଆ ନିକଟରେ ଏମାନଙ୍କୁ ଚଢାଉ କରିଥିଲା  । ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ପ୍ୟାକେଟର ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ପ୍ରତ୍ୟେକ ପ୍ୟାକେଟ୍ ୫ଶହ ଟଙ୍କାରେ ବିକ୍ରୀ କରୁଥିଲେ । ବ୍ରହ୍ମପୁର ସହରରେ ବ୍ରାଉନ ସୁଗାର ଜବତ ହେବା ଘଟଣା ପ୍ରଥମ ହୋଇଥିବା ବେଳେ ଅାଗକୁ ତଦନ୍ତ କଲେ ଏହାର ନେଟୱର୍କ ପଦାକୁ ଆସିବ ବୋଲି ପୋଲିସ କହିଛି।ସହର ରେ ଇଞିରିୟରିଂ ଛାତ୍ର ମାନଙ୍କୁ ବିକ୍ରୀ କରିବା ଉଦ୍ଦେଶ୍ଯ ରେ ଏହା ଆସି ଥିାଇ ପରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ଵର ଅଂଚଳ ରେ ବ୍ରାଉନ ସୁଗାର ବିକ୍ରୀ ହେବାର ନଜିର ରହିଛି।

LEAVE A REPLY

Please enter your comment!
Please enter your name here