ଟ୍ରେନ ଉପରେ କିମ୍ବା ରେଳଧାରଣ ପାଖରେ ସେଲ୍ଫି ଉଠାଇବା ଜୀବନ ପ୍ରତି ବିପଦ

0
273

ବିପଦ : ଟ୍ରେନ ଉପରେ କିମ୍ବା ରେଳଧାରଣ ପାଖରେ ସେଲ୍ଫି ଉଠାଇବା ଜୀବନ ପ୍ରତି ବିପଦ :

ଯୁବ ବର୍ଗଙ୍କ ଅବଗତ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ I

ସାଧାରଣ ଜନତା ବିଶେଷ ଭାବେ ଯୁବ ବର୍ଗ ମାନଙ୍କର ନିର୍ଭିକ ଘଟଣା ଓ ପ୍ରସଙ୍ଗକୁ ନେଇ ସେଲ୍ଫି ଉଠାଇବାର ବାଚାଳାମି କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ଉପରେ କିମ୍ବା ରେଳଧାରଣ ନିକଟରେ ସେଲ୍ଫି ନଉଠାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି I

ବହୁ ଘଟଣା ରେ ଦେଖାଯାଉଛି ଯେ ଯୁବ ବର୍ଗର ପିଲାମାନେ ଟ୍ରେନ କିମ୍ବା ଟ୍ରେନ ଇଂଜିନ ର ଛାତ ଉପରକୁ ଚଢି କିମ୍ବା ଟ୍ରେନ ଆସୁଥିବା ବେଳେ ରେଳଧାରଣ ପାଖରେ ବିପଦକୁ ଭୃକ୍ଷେପ ନକରି ସେମାନଙ୍କର ମୂଲ୍ୟବାନ ଜୀବନ ପ୍ରତି ଚିନ୍ତା ନକରି ସେଲ୍ଫି ଉଠାଉଛନ୍ତି I ଏହା ଆହୁରି ମଧ୍ୟ ଦେଖାଯାଏ ଯେ ପିଲାମାନେ ଟ୍ରେନ ଚାଳକ ମାନଙ୍କର ବାରମ୍ବାର ହୁଇସିଲ କୁ କର୍ଣ୍ଣପାତ ନକରି ଚଳନ୍ତା ଟ୍ରେନ ଆଗରେ ସେଲ୍ଫି ଉଠାଉଛନ୍ତି I

ଏଠାରେ ଦର୍ଶାଯାଇପାରେ ଯେ ଟ୍ରେନ ମନୁଷ୍ୟ ର ଚିନ୍ତା କରିବା ପୂର୍ବରୁ ତା ପାଖରେ ପହଞ୍ଚି ଯାଇଥାଏ I ଏହା ବ୍ୟତୀତ ରେଳଧାରଣ ଉପରେ ଥିବା ବିଦ୍ୟୁତ ତାରରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ପ୍ରବାହ ହେଉଥିବା ବେଳେ ଏହା ଟ୍ରେନ ର ଛାତ ଠାରୁ କାମ ଉଚ୍ଚତାରେ ରହିଥାଏ I ତେଣୁ ଏହାପ୍ରତି ସତର୍କ ରହିବ ଦରକାର – ଟ୍ରେନ ଉପରେ କିମ୍ବା ରେଳଧାରଣ ନିକଟରେ ସେଲ୍ଫି ର ମଜାନେଇ ନିଜ ଜୀବନକୁ ବିପଦ ଆଡକୁ ଟାଣନ୍ତୁ ନାହିଁ I

ଟ୍ରେନ ଉପରେ କିମ୍ବା ରେଳଧାରଣ ନିକଟରେ ସେଲ୍ଫି ନେଉଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରେଳବାଇ ଅଧିକାରୀ ମାନଙ୍କୁ ଆଦେଶ ଦିଆଯାଇଅଛି I ଏହା ବ୍ୟତୀତ ଏହି ବିପଦକୁ ଏଡ଼ାଇବା ପାଇଁ ଏହି ସ୍ଥାନମାନଙ୍କରେ ସେଲ୍ଫିଏ ନ ଉଠାଇବା ପାଇଁ ଯୁବ ବର୍ଗ ମାନଙ୍କୁ ପ୍ରବର୍ତ୍ତIଯାଉଥିବା ବେଳେ ନିକତବର୍ତ୍ତି ଲୋକମାନଙ୍କୁ ଏହା ସମ୍ବନ୍ଧରେ ସଚେତନତା କରାଯାଉଅଛି I

LEAVE A REPLY

Please enter your comment!
Please enter your name here