ଇଲେକ୍ଟର୍ ଯାଞ୍ଚ ପ୍ରକ୍ରିୟାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ

0
400

ପାରଳାଖେମୁଣ୍ଡି ୧/୯/୧୯(ପ୍ରଭାତ ପାତ୍ର) ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି “ସମରି ରିଭିଜନ-୨୦୨୦” ଅବସରରେ ଇଲେକ୍ଟର୍ ଯାଞ୍ଚ ପ୍ରକ୍ରିୟାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଅନୁପମ ସାହା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମାନ୍ୟବର ଭାରତ ନିର୍ବାଚନ କମିଶନରଙ୍କ ନିଦ୍ଧଶେ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ପତ୍ର ମାଧ୍ୟମରେ ଜଣାଇବା ପ୍ରକାରେ ଗଜପତି ଜିଲ୍ଲାରେ ଆଜିଠାରୁ ଏହି ଇଲେକ୍ଟର୍ ଯାଞ୍ଚ ପ୍ରକ୍ରିୟାର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ୪୫ ଦିନ ଧରି ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଇଲେକ୍ଟର୍ ମାନଙ୍କ ଯାହା କିଛି ଭୁଲ ଭଟକା ଅଛି ଏବଂ ଠିକ୍ ଅଛି ନା ନାହିଁ , ସେ ସବୁର ନିୟୋଜିତ ହୋଇଥିବା ବୁଥ୍ ସ୍ତରିୟ ଅଧିକାରୀ ମାନେ ଯାଞ୍ଚ କରି ଠିକ୍ ଠାକ୍ କରିବେ। ଯେଉଁଥିରେ କି କୈାଣସି ପ୍ରକାର ଭୁଲ ଠିକ୍ ର ଆବଶ୍ୟକୀୟ ପଡୁଛି ଯାହାକି କଳାଧଳା ଫଟୋ ଜାଗାରେ କଲର ଫଟୋ ଲଗାଇବାର ଅଛି , କି ଗୋଟିଏ ପରିବାରର ସଦସ୍ୟ ମାନେ କୈାଣସି କାରଣ ବଶତଃ ଦୁଇଗୋଟି ବୁଥ୍ ରେ ରହିଯାଉଛନ୍ତି ସେହି ସଦସ୍ଯ ମାନଙ୍କ ତାଲିକା ଠିକଠାକ କରି ଗୋଟିଏ ବୁଥ୍ ରେ ତାଲିକାରେ ରଖିବାକୁ ହେବ। ଏ ସମ୍ପର୍କରେ ଯେତେ ସବୁ ସମସ୍ୟା ଆମ ନଜରକୁ ଆସିଲେ ମଧ୍ୟ ସେ ସବୁର ଆବଶ୍ୟକ ଠିକଠାକ୍ କରାଯିବ। ଏ ସମ୍ପର୍କରେ ସମ୍ପୃକ୍ତ ବୁଥ୍ ସ୍ତରିୟ ଅଧିକାରୀ ମାନଙ୍କୁ କୁହାଯିବ।
ଜିଲ୍ଲାରେ ଯେଉଁ ଭୋଟର ତାଲିକା ପୁଞ୍ଜିକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ ଓ ସହକାରୀ ଅଧିକାରୀ ରହିଛନ୍ତି ସେମାନେ ପ୍ରତେକ ବ୍ଲକର ବୁଥ୍ ପରିଦର୍ଶନ କରି ଅନୁଧ୍ୟାନ କରିବେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ । ଏହି ୪୫ ଦିନିଆ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ କିପରି ଭଲରେ ସମ୍ପାଦକ ହେବ ସେଥିପାଇଁ ଜିଲ୍ଲା ନିର୍ବାଚନ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇଛି ବୋଲି ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ରବିବାର ବୁଥ୍ ରେ ରହି ଏବଂ ଅନ୍ୟ ଦିନ ମାନଙ୍କରେ ଫିଲଡ୍ ଯାଇ ଏହି କାର୍ଯ୍ୟ କରିବେ ବୋଲି ଜଣାଇଛନ୍ତି। ଇଲେକ୍ଟ୍ରୋରାଲ୍ ରେଜିଷ୍ଟ୍ରେସନ ଅଫିସର ତଥା ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ଵାଇଁ ମଞ୍ଚାସୀନ ରହି କାର୍ଯ୍ୟକ୍ରମ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା , ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଏବଂ ନିର୍ବାଚନ ବିଭାଗର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ଶପଥ ପାଠ କରାଇଥିଲେ।

LEAVE A REPLY

Please enter your comment!
Please enter your name here