ଗଜପତି:ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

0
380

ପାରଳାଖେମୁଣ୍ଡି, ୩୧/୮/୧୯;ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରାଛାତ୍ରି ମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ପୋଷାକ ଓ ଜୋତା ବଣ୍ଟନ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗ ଦେଇ ବଣ୍ଟନ କାର୍ୟ୍ଯକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ମାନଂକ ମଧ୍ୟରେ ଏହି କାର୍ୟ୍ଯକ୍ରମ’ରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃଶ କେଶ ଦାସ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜି: ସୁଦର୍ଶନ ରାଓ ଏବଂ ବରିଷ୍ଠ ଶିକ୍ଷକ ବି ବୃନ୍ଦାବନ ରାଓ ପ୍ରମୁଖ କାର୍ୟ୍ଯକ୍ରମ’ରେ ଅତିଥି ଭାବେ ଯୋଗଦେଇ ସମସ୍ତ ଛାତ୍ର ଛାତ୍ରିଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ,ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ , ଶିକ୍ଷା ବିଭାଗର ଏହିଭଳି ମନୋନିବେଶ କରିବା ପାଈଁ ଏକ ଉପଯୁକ୍ତ ଉପାୟ ବୋଲି କହିଥିଲେ ।
ଏହି ବଣ୍ଟନ କାର୍ୟ୍ଯକ୍ରମକୂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ କାର୍ୟ୍ଯକ୍ରମ ଶେଷରେ ସିଆରସି କ୍ରିଷ୍ନାରାଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here