ପାରଳାଖେମୁଣ୍ଡି ରେ ସ୍ବାୟତ୍ତ ଶାସନ ଦିବସ ପାଳନ, ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
430

ପାରଳାଖେମୁଣ୍ଡି ପୌରସଂସ୍ଥା କାର୍ଯ୍ୟଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପୌରସଂସ୍ଥା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା , ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ସମୟରେ ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ସମବେତ ତଥା ଉପସ୍ଥିତ ସମସ୍ତଙ୍କୁ ଦିବସ ପାଳନ ଅବସରରେ ପୌର ପରିଷଦ ପକ୍ଷରୁ ହାର୍ଦ୍ଧିକ୍ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ପରେ ଉଦବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଶାହା , କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ କହି ପାରଳାଖେମୁଣ୍ଡି ସହରବାସୀଙ୍କ ସର୍ବାଧିକ ମୌଳିକ ସୁବିଧା ଯୋଗାଇ ଦେବା ସହିତ ବହୁବିଧ ଉନ୍ନୟନ ମୂଳକ କାର୍ୟ୍ଯକ୍ରମ ଗୁଡ଼ିକ ଆଗେଇ ନିଆଯାଉଛି । ଏତଦ ବ୍ୟତିତ ପୌର ପରିଷଦର ଲକ୍ଷ୍ୟ ଓ ନିଆଯାଇଥିବା ସଂକଳ୍ପ ପ୍ରତି ପଦକ୍ଷେପ , ପୌର ପରିଷଦ ପକ୍ଷରୁ ସହରବାସୀଙ୍କ ହିତ ସାଧନ ପାଇଁ କରା ଯାଇଥିବା ସଫଳତା କାର୍ଯ୍ୟ’ ପ୍ରଭୃତିର ବିଭିନ୍ନ ଦିଗ ଉପରେ କହିଥିଲେ ଏବଂ ଏ ଦିଗରେ ସହରବାସୀଙ୍କ ସମ୍ପୁର୍ଣ୍ଣ ସହଯୋଗ ଓ ଦାୟିତ୍ଵ , କାମନା କରିଥିଲେ ।
ପରେ କୃତୀ ପୌର କର୍ମଚାରୀ ଓ ମେହେନ୍ତର ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଶାହା ଚେକ୍ ଓ ମାନପତ୍ର ବଣ୍ଟନ କରିଥିଲେ ।
ଏହାପରେ ବେଶ-ପୋଷାକ , ସାଂସ୍କୃତିକ ଓ ପୌର ପରିଷଦ’ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରି ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ପୌର ପରିଷଦ କାର୍ୟ୍ଯଳୟ ସମ୍ମୁଖରେ ଏବଂ ରାମନଗର ସ୍ଥିତ ଶ୍ମଶାନ ଘାଟ ପରିସରରେ ଜିଲ୍ଲାପାଳ , ପୌର ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ଏବଂ କର୍ମଚାରୀ ମାନେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ ।
ଏଥିସହିତ ସ୍ଥାନୀୟ ଟ୍ରେଜେରି କାର୍ଯ୍ୟଳୟ ନିକଟରେ ଥିବା ନବ ଜୀବନ ଟ୍ରଷ୍ଟ ସଂସ୍ଥାର ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ’ରେ ଜିଲ୍ଲାପାଳ ଶ୍ରୀ ଶାହା , ପିଲା ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ ।
ଏହି ଅବସରରେ ଗତକାଲି ପୌର ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସହରର ମହିଳା ଓ ଯୁବତୀ ମାନଙ୍କ ମଧ୍ୟରେ ପାରମ୍ପରିକ ରଙ୍ଗ ବେରଙ୍ଗ’ର ବିଭିନ୍ନ ପ୍ରକାର’ର ଆକର୍ଷଣୀୟ ଝୋଟି ପ୍ରତିଯୋଗିତା କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ’କୁ ଜିଲ୍ଲାପାଳ ଶ୍ରୀ ଶାହା ଉଦଘାଟନ କରିଥିଲେ । ସେହିଭଳି ଗଜପତି ଷ୍ଟାଡିଅମ ଠାରେ ପୌର ପରିଷଦ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତା-ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକ ଏକାଦଶ ବିଜୟୀ ହୋଇଥିଲେ ।ଏହି କ୍ରିକେଟ ମ୍ୟାଚ କାର୍ୟ୍ଯକ୍ରମ’କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଓ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ମିଳିତ ଭାବେ ଉଦଘାଟନ କରିଥିଲେ ।
ଏହି ସମସ୍ତ ଦୁଇ ଦିନିଆ କାର୍ୟ୍ଯକ୍ରମକୁ, ପୌର କାର୍ୟ୍ଯଳୟ’ର ଯନ୍ତ୍ରୀ- ଭେଁଙ୍କେଟ ରାମଣ , କନିଷ୍ଠ ଯନ୍ତ୍ରୀ ଯୁଧିଷ୍ଠିର ବାବୁ , କନିଷ୍ଠ ଯନ୍ତ୍ରୀ କିଷାନ ବାବୁ , ବୀରଂଚି ମିଶ୍ର ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
————————————

LEAVE A REPLY

Please enter your comment!
Please enter your name here