ଷ୍ଟେସନ ରୋଡ ରେ ଖୋଲିଲା ଯାତ୍ରୀ ଟିକଟ ସୁବିଧା କେନ୍ଦ୍ର

0
476

ବ୍ରହ୍ମପୁର,୩/୯;ବ୍ରହ୍ମପୁର ରେ ରେଲୱେ ଟିକଟ ଗ୍ରାହକଙ୍କ ପାଇଁ ଯାତ୍ରୀ ଟିକଟ ସୁବିଧା କେନ୍ଦ୍ର ଖୋଲା ଯାଇଛି l ଷ୍ଟେସନ ରୋଡ ସ୍ଥିତ ସlର୍କିଟ ହlଉସ ନିକଟରେ ରେଲୱେ ପକ୍ଷରୁ ସାମଳାଇ ଟ୍ରାଭେଲସକୁ ପଞ୍ଜିକୃତ କରାଯାଇଛି ବୋଲି ରେଲୱେ ଅଫିସର କମର୍ସିୟାଲ ମୁଭବେଲ ଇନ୍ସପେକ୍ଟେର(cmi) ମୋହନ ଚନ୍ଦ୍ର ବେହରା ଗଣମାଧ୍ୟମକୁ କହିଛନ୍ତି l ରେଲୱେ ଟିକଟ କାଟିବା ପାଇଁ ଗ୍ରାହକ ମାନେ ଧାଡ଼ିରେ ଠିଆ ହୋଇ ଠେଲା ପେଲାରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିଲେ l ଏବେ ତାହା ବିନା ସମସ୍ୟାରେ ଟିକଟ ସୁବିଧାରେ ପାଇପାରିବେ l ଏହି କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଚେୟାରମେନ ସୁଭାଷ ମହାରଣା,ଯlତ୍ରୀ ସୁବିଧା କେନ୍ଦ୍ରର ମାଲିକ ରଘୁନାଥ ପାଣିଗ୍ରାହୀ, ସୋମନାଥ ପାଣିଗ୍ରାହୀ, ନିରଞ୍ଜନ ପାଣିଗ୍ରାହୀ, ବିଜେଡି କର୍ମୀ ଟୁନା ପାଣିଗ୍ରାହୀ, ସାଉଥ ଇଲେକ୍ଟ୍ରିର ରିଟାଡ଼ ଚିଫ ଏକ୍ସଟିଭ ଇଂଜିନିୟର କେବି ଚୌଧରୀ ପ୍ରମୁଖ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here