ପାରଳାଖେମୁଣ୍ଡିରେ ମହା ଆଡମ୍ବର ସହକାରେ ଗଣେଶ ପୂଜା ପାଳନ

0
265

ପାରଳାଖେମୁଣ୍ଡି ୨/୯- ଗଜପତି ସଦରମହକୁମା ପାରଳାଖେମୁଣ୍ଡିରେ ପବିତ୍ର ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସହରର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଯଥା ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟରେ ,ବାଳିକା ଉଚ୍ଚ ବିଦ୍ୟାଳୟରେ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମହିଳା ମହାବିଦ୍ୟାଳୟ ଓ ଛାତ୍ରାବାସ ଗୁଡିକରେ ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ପାଳନ କରିଛନ୍ତି। ସେହିପରି ସହରର କେଉଟ ସାହି, ମାଟିଆ ସାହି, ଜଙ୍ଗମ ସାହି, ରାଜ ଦାଣ୍ଡ, ଭଣ୍ଡାରି ସାହି , ଫରେଷ୍ଟ ଗେଟ ଛକ ସମେତ ବିଭିନ୍ନ ଗଳିକନ୍ଧିରେ ଆକଷଣୀୟ ତୋରଣ ଓ ମୂର୍ତି ମାଧ୍ୟମରେ ପୂଜାର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ସହରରେ ହୋଇଥିବା ସମସ୍ତ ପୂଜାମଣ୍ଡପ ଗୁଡିକରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପାରଳାଖେମୁଣ୍ଡି ଥାନା ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here