ଟ୍ରାଫିକ ସମସ୍ୟା ଦୂର କରିବା ପରିବତ୍ତେ ଟ୍ରାଫିକ ସଚେତନା ରାଲି

0
295

ବ୍ରହ୍ମପୁର,୪/୯/୧୯; ଆଜି ସହର ରେ ନୂତନ ଟ୍ରାଫିକ ନିୟମ କୁ ଲୋକଙ୍କ ମଧ୍ଯ ରେ ସଚେତନତା କରିବା ଉଦ୍ଦେଶ୍ଯ ରେ,ସାମ୍ବାଦିକ ପ୍ରତିନିଧି ମାନେ ଏକ ସଚେତନା ରାଲି ବାହାର କରିଥିଲେ। ପୁରୁଣା ବସଷ୍ଟାଣ୍ଡ ରୁ ବାହାରିଥିବା ଏହି ରାଲି କୁ ବ୍ରହ୍ମପୁର ଏସପି ପିନାକ ମିଶ୍ର ପତାକା ଦେଖାଇ ଆରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ଯ ରେ ବିଏମସି କମିଶନର,ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୋୟ ଭାଉସାହେବ ପ୍ରମୂଖ ଉପସ୍ଥିତ ଥିଲେ। ହେଲମେଟ ବ୍ୟବହାର କରିବା, ଟ୍ରାଫିକ ନିୟମ ପାଳନ କରିବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା, କମ୍ ବୟସ ର ପିଲାମାନଙ୍କୁ ଗାଡି ଚଳାଇବାକୁ ନ ଦେବା ଇତ୍ଯାଦି ସ୍ଲୋଗାନ ଦିଆଯାଇଥିଲା। ସାମ୍ବାଦିକ ମାନଙ୍କ ଏହି ପଦକ୍ଷେପ ସ୍ବାଗତ ଯୋଗ୍ୟ ହୋଇଥିବା ବେଳେ ଟ୍ରାଫିକ ସମସ୍ୟା କରୁଥିବା ବୁଲା ଗାଇ, ମଇଁଷି, ଷଣ୍ଢ, କୁକୁରମାନଙ୍କୁ ରାସ୍ତା ହଟାଇବା କାର୍ଯ୍ୟ ସହ ରାସ୍ତା ର ଖାଲଖମା ଗୁଡିକ ପାଇଁ ବିଏମସି କତ୍ତୃପକ୍ଷ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବା ବଡ ଦୁଃର୍ଭାଗ୍ୟ ଜନକ । ବିଏମସି କମିଶନର , ଉପଜିଲ୍ଲାପାଳ,ଉଭୟେ ଦକ୍ଷ ଭାରତୀୟ ପ୍ରଶାସନିକ ଅଧିକାରୀ ଏବଂ ବ୍ରହ୍ମପୁର ଏସପି ଭାରତୀୟ ପୋଲିସ ସେବା ର ଦକ୍ଷ ଅଧିକାରୀ ଭାବେ ଏଠାରେ କାଯ୍ୟରତ ଥିବା ବେଳେ ବ୍ରହ୍ମପୁର ର ଏପରି ଅବ୍ୟବସ୍ଥା କୁ ଜନସାଧାରଣ ସହଜ ରେ ଗ୍ରହଣ କରିପାରୁ ନାହାନ୍ତି। ବିଏମସି କତ୍ତୃପକ୍ଷ ଓ ପ୍ରଶାସନ,ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ଦେବା ପୂର୍ବରୁ ଟ୍ରାଫିକ ସମସ୍ୟା କରୁଥିବା ବୁଲା ଗାଇ, ମଇଁଷି, କୁକୁରମାନଙ୍କୁ ରାସ୍ତା ରୁ ହଟାଇବା କାର୍ଯ୍ୟ ସହ ରାସ୍ତା ର ଖାଲଖମା ଗୁଡିକ ପାଇଁ ପଦକ୍ଷେପ ନେବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here