ଚାନ୍ଦୁଲି ପଞ୍ଚାୟତ ରେ ଡେଙ୍ଗୁ ସଚେତନତା

0
327

ହିଞିଳିକାଟୁ ୪/୫ (ନିପ୍ର) ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ବ୍ଳକ ଚାନ୍ଦୁଲି ପଞ୍ଚାୟତ ରେ ଡେଙ୍ଗୁ ରୋଗ ଚିହ୍ନଟ ହୋଇଛି।ଏହା ଧିରେ ଧିରେ ଏହି ଅଞ୍ଚଳରେ କାୟା ବିସ୍ତାର କରିଥିବା ଜଣାପଡିଛି ।କିଛି ଦିନ ତଳେ ଏହି ଅଞ୍ଚଳର ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ ମେଡିକାଲ ରେ ୩ଜଣ ଚିକିତ୍ସିତ ହେଉଥିବା ସ୍ୱଷ୍ଟ ପ୍ରମାଣିତ ହୋଇଛି। ଚାନ୍ଦୁଲି ଗ୍ରାମର ରୁଷି ସାହୁଙ୍କ ରକ୍ତ ନମୁନା ଚିହ୍ନଟ ପରେ ବ୍ଳକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ର ତତ୍ୱରତା ଦେଖାଯାଇଛି। ବୁଧବାର ଡେଙ୍ଗୁ ସଚେତନତା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ତତ୍ୱବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।ପ୍ରଥମେ ଚାନ୍ଦୁଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରର ବୈଠକରେ ସିଡିପିଓ ଶୁଭଶ୍ରୀ ପାତ୍ର, ବେଲଗାଁ ମେଡିକାଲ ଇଂଚାର୍ଜ ଅନିଲ ପାତ୍ର, ସରପଞ୍ଚ ଲକ୍ଷଣ ଗୌଡ଼, ପିଇଓ ସୁଶାନ୍ତ ପାତ୍ର, ବିପିଏମ,ସ୍ୱାସ୍ଥ୍ୟସମ୍ପ୍ରସାରଣ ଅଧିକାରୀ ଜିଏଆରଏସ ପ୍ରମୁଖ ଯୋଗ ଦେଇଥିଲେ । ପରେ ଡେଙ୍ଗୁ ରୋଗ ଉତ୍ପତିର କାରଣ ଓ ନିରାକରଣ ନେଇ ବିଭାଗୀୟ ଅଧିକାରୀ ମାନେ ଆଲୋଚନା କରିଥିଲେ ।ପରେ ସାହି ଗଳିକନ୍ଦି ବୁଲି ସ୍ଥାନେ ସ୍ଥାନେ ଜମି ରହିଥିବା ମଇଳା ସଫା କରିଥିଲେ ।ଲୋକମାନେ କିପରି ଘର ଚାରିପାଖ ସଫା ରଖି ମସାର ବଂଶ ବିସ୍ତାରକୁ କିପରି ରୋକି ପାରିବେ ସେଥିପ୍ରତି ସଚେତନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ଅଙ୍ଗନବାଡ଼ି କର୍ମୀ,ଆସିକା ଅଞ୍ଚଳର ୩ଟି ଟିମ ଯୋଗଦେଇଥିଲେ ।

ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here