ଶ୍ରମିକ ସଂଘ ପକ୍ଷରୁ ବୈଠକ

0
272

ସାନଖେମୁଣ୍ଡି ,୫/୯/୧୯;ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆନୁକୂଲ୍ୟରେ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଗୌତମିରେ ଶ୍ରମିକ ସଂଘ ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଶ୍ରମିକଙ୍କୁ ଜବକାର୍ଡ ପ୍ରଦାନ, ଶ୍ରମିକ ପରିବାରକୁ ସାମାଜିକ ସୁରକ୍ଷା ସହ ସରକାରଙ୍କ ଶ୍ରମିକ କଲ୍ୟାଣରେ ସାମିଲ କରିବା, ଶ୍ରମିକଙ୍କୁ ପଞ୍ଜିକୃତ କରାଇ ପରିଚୟ ପତ୍ର ପ୍ରଦାନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୌତମି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ ସ୍ୱାଇଁ, ନିର୍ବାହୀ ଅଧିକାରୀ ନିରଞ୍ଜନ ପାତ୍ର, ଗ୍ରାମ ରୋଜଗାର ସେବୀକା ସଙ୍ଗୀତ ଲେଙ୍କା ଓ ଅନ୍ୟାନ୍ୟ ସୁରଜ ସାମନ୍ତରା, ଅରୁଣ ସାମନ୍ତରା, ସଚିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ :ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here