ଉଦ୍ଧାର ହେଲା ଛଅ ଫୁଟର ନାଗ ଖାଇଥିଲା ଆଉ ଏକ ନାଗକୁ

0
115

ବ୍ରହ୍ମପୁର ,୬/୯/୧୯ ; ନାଗକୁ ଖାଇଥିବା ଆଉ ଏକ ନାଗକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ଵ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ର ଏକ ଷ୍ଟୋର ରୁମରେ ଥିଲା ଏହି ନାଗ। ଗତକାଲି ରାତିରେ ସେଠିକାର କର୍ମଚାରୀ ମାନେ ଏହି ସାପଟିକୁ ଦେଖିଥିଲେ କିନ୍ତୁ ଆଜି ସକାଳେ ପୁଣି ସାପଟି ସେହି ସ୍ଥାନ ରେ ଥିବାର ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେମାନେ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ଜଣାଇଥିଲେ। ଶ୍ରୀ ସାହୁ ତାଙ୍କ ସହଯୋଗୀ ତାରା ପ୍ରସାଦ ଦାସ ସହ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ଉଦ୍ଧାର କରିବା ସମୟରେ ସେ କିଛି ଖାଇଥିବା ଦେଖି ତାକୁ କିଛି ସମୟ ହାତରେ ଧରି ରଖିଥିଲେ। ଏହା ପରେ ସେ ଏକ ତିନି ଫୁଟର ନାଗ ସାପକୁ ପାଟିରୁ ବାହାର କରିଥିଲା। ଉଦ୍ଧାର କରାଯାଇଥିବା ନାଗକୁ ବନ ବିଭାଗ ର ପରାମର୍ଶ କ୍ରମେ ମହୁରୀ କାଳୁଆ ଜଙ୍ଗଳରରେ ଛଡା ଯାଇଥିଲା।

LEAVE A REPLY

Please enter your comment!
Please enter your name here