ଗୁରୁଦିବସ ପାଳିତ

0
368

ବ୍ରହ୍ମପୁର, ୬/୯/୧୯; ବ୍ରହ୍ମପୁର ନଗରର ଜୁବୁଲି ଟାଉନ୍ ହଲଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯତ୍ନ ଓ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ପବିତ୍ର ଗୁରୁ ଦିବସ ଅବସରରେ କବିତା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଅନ୍ୟ ମାନଙ୍କ ମଧ୍ୟରେ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟ ବକ୍ତା ତଥା ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ,ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚିୟାଊପଟନାୟକ, ଲେଖକ କେଦାର ମିଶ୍ର, ଲେଖିକା ଶ୍ରୀମତୀ ଜ୍ୟୋତି ନନ୍ଧ ଓ ସମାଜସେବୀ ସୁବାସ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଉକ୍ତ ଉତ୍ସବରେ ଗଂଜାମ ଜିଲ୍ଲାର ଶିକ୍ଷା ଜଗତର ଅନେକ ଉଜ୍ଜ୍ଵଳ ତାରକାଙ୍କୁ ଶିକ୍ଷା କ୍ଷେତ୍ରରେ ତାଙ୍କରି ବିଶିଷ୍ଟ ଅବଦାନ ଯୋଗୁଁ ସମ୍ମାନିତ କରାଯାଇଥିଲା ।ବମକୋଇ ର ଶ୍ରୀ ଶିବରାମ ପ୍ରଧାନ, ଚିକିଟିର ଶ୍ରୀମତୀ ସଂହିତା ମହାନ୍ତି, ମୁଣ୍ଡମରେଇର ଶ୍ରୀ ମନୋଜ କୁମାର ସାହୁ, ଖଲିକୋଟର ଶ୍ରୀମତୀ ପ୍ରଶାନ୍ତମୟୀ ରଥ,ହିଞ୍ଜିଳିକାଟୁ ର ଶ୍ରୀ ଗୌରି ଶଙ୍କର ମିଶ୍ର, ଖଲିକୋଟର ଶ୍ରୀ ଦେବେନ୍ଦ୍ର ମହାରଣା, ସାନଖେମୁଣ୍ଡିର ଶ୍ରୀ ଶିବରାମ ପ୍ରଧାନ, ତଥା ବ୍ରହ୍ମପୁରର ଡ ରଜତ କୁମାର ପାଣିଗ୍ରାହୀ, ଶ୍ରୀ ରାଧାବଲବ ପଟ୍ଟନାୟକ, ଶ ପ୍ରକାଶ ଚନ୍ଦ୍ର ଜେନା, ଡ କୈଳାଶ ତ୍ରିପାଠୀ, ଡ କୃଷ୍ଣ ପ୍ରସାଦ ମହାପାତ୍ର, ଶ୍ରୀ ଗୋଲକ ବିହାରୀ ମିଶ୍ର, ପ୍ରଫେସର ଡ ଶ୍ରୀନିବାସ ମହାପାତ୍ର, ଡ ଭଗବାନ ଗନ୍ତାୟତ,ଓ ଡ ସୂର୍ଯ୍ୟ ଧର ପ୍ରମୁଖଙ୍କୁ ଆଦର୍ଶ ଗୁରୁ ଭାବେ ସମ୍ମାନିତ କରାଯାଇଥିଲା ।ଉପସ୍ଥିତ ଅତିଥି ମାନେ ବିଦ୍ୟାଳୟର ମୁଖପତ୍ର ନରେନର ଉନ୍ମୋଚନ କରିଥିଲେ ।ଯତ୍ନ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ସଂଘମିତା ଦଳାଇ ଓ ଶ୍ରୀ ବିବେକାନନ୍ଦ ବିଦ୍ୟାଳୟର ସଂପାଦକ ମିହିର ରଂଜନ ତ୍ରିପାଠୀ ପୌରହିତ୍ଯ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗଣେଶ ଭାଇ ଓ ପ୍ରଶାନ୍ତ ଭାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ସହଯୋଗ କରିଥିଲେ ।ଏଥିରେ ବିଦ୍ୟାଳୟ ର ବହୁ ଛାତ୍ରଛାତ୍ରୀ ନିଜ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ ।

LEAVE A REPLY

Please enter your comment!
Please enter your name here