ଲଗାଣ ବର୍ଷାରେ ଚାଷଜମି ଉପରେ ପାଣି ଭରି ହୋଇଥିବା ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲାପାଳ

0
315

ହିଞିଳିକାଟୁ : ୬/୯ :- ଗଞ୍ଜାମ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ହିଞିଳିକାଟୁ ବ୍ଳକ ଓ ପୋୖର ପରିଷଦ ର ବିଭିନ୍ନ ସ୍ଥାନରେ ଜଳମଗ୍ନ ରହିଥିବା ଜଣାପଡିଛି । ଏପରିକି ଦୁଇଦିନ ଜନଜୀବନ ଅସ୍ତବ୍ୟସ୍ତ ହୋଇଇପଡିଛି ।ଗୁରୁବାର ଦିନ ତମାମ ତୁହାକୁତୁହା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ପ୍ରଭାବିତ ଅଞ୍ଚଳ ଗୁଡିକ ବୁରୁପୋଡ଼ା, ସିକିରି, ରାଳବ, ଖରିଡ଼ା, ଆଲପୁର, ଖଣ୍ଡରା, ଚାନ୍ଦୁଲି, ଗିରିଆ ,ବାଳକୃଷ୍ଣପୁର,ପ୍ରଭୁତି ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷଜମି ଥିବା ଯୋଗୁଁ ଏହାଉପରେ ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପରିସ୍ଥିତି ଦେଖାଦେଇଛି ।ଏନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଞିଳିକାଟୁ ଗ୍ରସ୍ତରେ ଆସି, ଖଣ୍ଡରା ବୁରୁପଡା ନୁଆଁ ବୁରୁପୋଡ଼ା, ବାଳକୃଷ୍ଣପୁର ଅଞ୍ଚଳରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷଜମି ଉପରେ ପାଣି ଜମି ରହିଥିବା ପରଖିଥିଲେ । ପରେ ଚାଷୀ ଭାଇ ମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ବାଳକୃଷ୍ଣପୁର ଅଞ୍ଚଳର ପରିଦର୍ଶନ ପରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବୁରୁପୋଡ଼ା ଓ ନୁଆଁ ବୁରୁପୋଡ଼ା ଅଞ୍ଚଳର କ୍ଷତିଗ୍ରସ୍ତ ଚାଷଜମି ଓ ଫସଲକୁ ନେଇ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚାଷଜମି ଓ ପରିବା ଫସଲ ମଧ୍ୟରୁ ପାଣି ନିଷ୍କାସନ ହୋଇ ପାରୁନାହିଁ । ଏଥି ନିମନ୍ତେ ପ୍ରାୟ ୪ସହ ହେକ୍ଟର ଚାଷ ଜମି ଓ ପରିବା ଫସଲ ସମ୍ପୂର୍ଣ୍ଣ ପଚି ସଡ଼ି କ୍ଷେୟକ୍ଷତି ହୋଇଥି ଆକଳନ କରାଯାଇଛି । ଏନେଇ ଅଞ୍ଚଳବାସୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ମହୋଦୟଙ୍କୁ ଅନୁରୋଧ ଜଣାଇଛନ୍ତି । ସେମାନଙ୍କ ପରିସ୍ଥିତି ବୁଝିବା ପରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ରାଜସ୍ୱ ବିଭାଗ ଓ କୃଷି ବିଭାଗୀୟ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଜଳବନ୍ଦୀ ଚାଷଜମି ଗୁଡିକୁ ନିର୍ଧାରଣ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଥିଲେ ।ଜିଲ୍ଲାପାଳଙ୍କ ଏହି ଗ୍ରସ୍ତରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସରପଞ୍ଚ ଉମା ଶଙ୍କର ସାବତ, ଓ ମାଧୁରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here