ଶ୍ରୀ ଅଭିରାମ ମିଳନ ମନ୍ଦିରର ବାର୍ଷିକ ଉତ୍ସବ

0
294

ଦିଗପହଣ୍ଡି,୬ା୯(ନିପ୍ର) ଦିଗପହଣ୍ଡି ବ୍ଳକ ଅଧିନସ୍ଥ ବଡଡୁମୁଳା ଗ୍ରାମରେ ରହିଥିବା ଶ୍ରୀ ଅଭିରାମ ମିଳନ ମନ୍ଦିରର ୪୫ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ଦୁଇ ଦିନ ବ୍ୟାପି ଚାଲିବାକୁ ଥିବା ବେଳେ ଶନିବାର ସନ୍ଧ୍ୟାରେ ଉଦ୍ୟାପନୀ ହେବ ବୋଲି ସୂଚନା ମିଳିଛି । ଏହି ଅବସରରେ ଅଷ୍ଟ ପ୍ରହାର ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଆଦି ଅନୁଷ୍ଠିତ ହୋଇଯାଇଛି । କରମଳା ଆଶ୍ରମର ସାଧୁ ସନ୍ଥ ମାନେ ଯୋଗ ଦେଇ ଶ୍ରୀ ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ସମ୍ପର୍କରେ ବିଭିନ୍ନ ପ୍ରବଚନ ମାନ ଦେଇଥିଲେ । ଗୁରୁବାର ରାତ୍ରରେ ନିତୀକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆଦି ଆରମ୍ଭ ହେବା ପରେ ଶୁକ୍ରବାର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶନିବାର ପୂର୍ଣ୍ଣାହୁତି ହୋଇ ଉତ୍ସବ ସମାପନ ହେବ ବୋଲି ଜଣାଯାଇଛି । ଶନିବାର ସକାଳେ ନଗର ପରିକ୍ରମା କରାଯିବା ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍ସବକୁ ନେଇ ବଡଡୁମୁଳାରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ଅଭିରାମ ପରମହଂସଦେବଙ୍କ ଦୀକ୍ଷା ଗ୍ରହଣ କାରୀ ଶ୍ରଦ୍ଧାଳୁ ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବଡଡୁମୁଳା ଗ୍ରାମର ଶ୍ରୀ ଅଭିରାମ ଭକ୍ତ ଗୋଷ୍ଠୀ ପରିଚାଳନା କରୁଛନ୍ତି ।

ରବିକୁମାରଶର୍ମାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here