ହିଞିଳିଥାନା ଅଞ୍ଚଳରେ ଚୋର ଓ ଲୁଟେରାଙ୍କ ପଦୁର୍ଭାବ ।ସଦାନନ୍ଦଙ୍କ ଘରୁ ସୁନା ରୁପା ସହିତ ଲକ୍ଷାଧିକ ଟଙ୍କା ଲୁଟ

0
195

ହିଞିଳିକାଟୁ : ୬/୯ (ନିପ୍ର ) ଗଞ୍ଜାମ ଜିଲ୍ଲା ହିଞିଳି ଥାନା ଅଞ୍ଚଳରେ ଚୋର ଓ ଲୁଟେରାଙ୍କ ପଦୁର୍ଭାବ ବୃଦ୍ଧି ପାଇଛି ।ଚୋର ଓ ଲୁଟେରାମାନେ ପୋଲିିସ ପ୍ରଶାସନକୁ ଖୋଲମ ଖୋଲା ଚାଲେଞ୍ଜ କରି ଚୋରି ଓ ଲୁଟି ନେବାରେ ସଫଳ ହୋଇଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ନଥିବା ଯୋଗୁଁ ନଗର ଓ ଅଞ୍ଚଳରେ ସିରିଜ ଚୋରି ଘଟଣା ପଦାକୁ ଆସିଛି । ପ୍ରକାଶ ଥାଉକି, ଲଗାଣ ବର୍ଷା ଯୋଗୁଁ ସହରରେ ନିଶବ୍ଦ ରାତିରେ ଚୋର ଚୋରିକରିବା ପାଇଁ ସୁଯୋଗ ପାଇଛି । ଏହି ଘଟଣା ହିଞିଳିଥାନା ଶେରଗଡ ବ୍ଳକ ତହଁର ଗ୍ରାମର ସଦାନନ୍ଦ ସାବତ ପିତା ବାଞ୍ଛାନିଧି ସାବତଙ୍କ ଘରେ ଚୋରି ହୋଇଥବା ଘଟଣା ଜଣାପଡିଛି ।ସଦାନନ୍ଦ ଗୁଜରାଟର ସୁରଥ ରେ ଦିନମଜୁରିଆ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରି ଆସୁଥିଲେ ।ସେ ସରୁଥ ରେ ରହୁଥିଲା ବେଳେ ସ୍ତ୍ରୀ ପୁଅଝିଅ ଗ୍ରାମରେ ରହୁଥିଲେ । ସଦାନନ୍ଦ ତାଙ୍କ ଶଳାଙ୍କ ମୃତ୍ୟୁ ଦଶା ସୁଧ କାର୍ଯ୍ୟରେ ଯୋଗଦେବା ପାଇଁ ୪ଦିନ ତଳେ ଗ୍ରାମକୁ ଆସି ବୁରୁପଡା ଶଳାଙ୍କ ଗ୍ରାମକୁ ସମସ୍ତେ ମିଶି ଯାଇଥିଲେ ।୧୨ଦିନ ସୁଧ ଭୋଜି ଖାଇ ଶୁକ୍ରବାର ସନ୍ଧ୍ୟା ୫ ଟା ବେଳେ ଘରକୁ ଫେରି ଦାଣ୍ଡ କବାଟ ଖୋଲି ଦେଖିଲା ପରେ ବାରି କବାଟ ଖୋଲା ହୋଇଛି ଓ ତାଲା ଭାଙ୍ଗି ତଳେ ପଡିଛି ।ସନ୍ଧେହ ପୂର୍ବକ ଘରର ସମସ୍ତ ଆସବାବପତ୍ର ଏବଂ ଟଙ୍କା ସୁନା ଗହଣା ଆଳଙ୍କାର ଠିକ ଅଛି ନାହିଁ । ସେସବୁ ଲୁହା ଆଲମାରୀକୁ ଭଙ୍ଗା ହୋଇଛି । ସେଥିରେ ପ୍ରାୟ ୭ଭରି ସୁନା, ପ୍ରାୟ ୧୫ ଭରି ରୁପା ଓ କେସ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଯାହା ସଦାନନ୍ଦଙ୍କ ଝାଳବୁହା କଷ୍ଟ ଅର୍ଜିତ ସମ୍ପତି । ଏବଂ ତାହା ସହିତ ଦୁଇଗୋଟି ପୋଷ୍ଟଲ ଫିକ୍ସିଡ଼ ବଣ୍ଡ ମଧ୍ୟ୍ ଆଲମାରୀ ରେ ନଥିବା ଦେଖିବାକୁ ମିଳିଛି ।ଘର ଚାରିପଟେ ଓ ସାହିପଡ଼ିଶାଙ୍କୁ ବି ପଚାରବୁଝା କରିବା ସ୍ୱତ୍ତେ କୌଣସି ସୁରାକ ପାଇ ନଥିଲେ ।ପରେ ଘରୁ ଚୋରି ହୋଇଥିବା ଜାଣି ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରାତିରେ ପାଟ୍ରୋଲିଂ ହେଉ ନଥିବା ଯୋଗୁଁ ଚୋର ଓ ଲୁଟେରାଙ୍କ ବୃଦ୍ଧି ହେଉଥିବା ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here