ଛତ୍ରପୁର,୯/୯- ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଛତ୍ରପୁର, ଗୋପାଳପୁର, ଆସ୍କା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମୟ, ସ୍ଥାନ ନିର୍ଦ୍ଧାରଣ , ଉତ୍ସବରେ ଜିଲ୍ଲାର ଲୋକକଳା ପ୍ରଦର୍ଶନ, ମହିଳା ସଶକ୍ତିକରଣ, ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଓ ଅନାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଗୋପାଳପୁର ବିଧାୟକ ଡଃ.ପ୍ରଦୀପ ପାଣିଗ୍ରାହୀ, ଆସ୍କା ବିଧାୟକ ମଞ୍ଜୁଳା ସ୍ବାଇଁ , ଛତ୍ରପୁର ବିଧାୟକ ସୁବାସ ବେହେରା ସଭାପତିତ୍ବ କରିଥିଲେ। ଜିଲ୍ଲା ମହୋତ୍ସବରେ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରିବାକୁ ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷକ ଙ୍କୁ ଜିଲ୍ଲାପାଳ କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡଃ.ପ୍ରଦୀପ ପାଣିଗ୍ରାହୀ, ଆସ୍କା ବିଧାୟକ ମଞ୍ଜୁଳା ସ୍ବାଇଁ , ଛତ୍ରପୁର ବିଧାୟକ ସୁବାସ ବେହେରା , ବ୍ରହ୍ମପୁର ଏସପି ପିନାକ ମିଶ୍ର, ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ , ଛତ୍ରପୁର ଉପଜିଲ୍ଲାପାଳ ପ୍ରିଯ ରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।