ବାଇକ ଓ ଅଟୋ ଚାଳକ ସଲାସୁତୁରା, ପୋଲିସ ନିରବତା

0
188

ହିଞିଳିକାଟୁ : ୯/୯ (ନିପ୍ର) ଗଞ୍ଜାମ ଜିଲ୍ଲା ହିଞିଳି ଥାନା ପୋୖର ପରିଷଦ ରେ ଟ୍ରାଫିକ ନିୟମ କଡ଼ାକଡ଼ି ହେଉ ନଥିବା ଦେଖାଯାଇଛି ।ନାବାଳକ ମୋଟର ସାଇକେଲ ଚାଳକ,ମଦୁଆଙ୍କ ବେଖାତିରିଆ ଗାଡି ଚାଳନ ଓ ରୋଡ଼ ରୋମିଓଙ୍କ ଦ୍ରୁତଗତି ଗାଡି ଚଳାଇବା ଏହି ପ୍ରକାରେ ଟ୍ରାଫିକ ଉଲ୍ଲଗନ୍ନ କରି ସହରରେ ବହୁ ଧନଜୀବନ ଚାଲିଯାଉଥିବା ଦେଖାଦେଇଛି । ଏନେଇ ସ୍ଥାନୀୟ ପୋଲିସ କୋୖଣସି ପଦକ୍ଷେପ ବା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରୁ ନାହିଁ । ଯାହା ଫଳରେ ଗରିବ ନିରୀହ ଜନତା ଦୁର୍ଘଟଣାରଶିକାର ହୋଇ ମେଡିକାଲ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥା ସୁଧାର ହୋଇ ପାରୁନାହିଁ । ଏହିପରି ଏକ ଦୁଃଖ ଦାୟ ଘଟଣା ଘଟିଛି ନିରୀହ ମହିଳାଙ୍କ ପାଇଁ ।ଅଟୋ ଓ ବାଇକ ଧକ୍କାରେ ମହିଳା ଜଣଙ୍କ ଗୁରୁତର ହୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି ।ନ୍ୟାୟ ପାଇବା ପାଇଁ ପୋଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟ ଅନୁଷ୍ଠାନ ହୋଇ ନାହିଁ ।ସୂଚନା ଥାଉକି ଗତ ୧୫/୮/୧୯ ଗୁରୁବାର ସନ୍ଧ୍ୟା ୫ଟା ସମୟରେ ପବିତ୍ର ବେହେରାଙ୍କ ଅଟୋ ମାଲିକ ଙ୍କ ଗାଡିକୁ ଭଡାରେ ମହିଳା ଜଣଙ୍କ ଦୁଇ ଶିଶୁ କୁ ନେଇ ବାପାଙ୍କ ଘରକୁ ଯାଉଥିବା ବେଳେ ହିଞିଳିଥାନ ନିକଟସ୍ଥ ତାରାତାରିଣୀ ରୋଡ଼ ହେତ୍ରା ବନ୍ଧ ଠାରେ ବିପରୀତ ଦିଗରୁ ହିଞିଳିକାଟୁ ଅଭିମୁଖେ ଆସୁଥିବା ବାଇକ ନଂ OD 07W 4579 ଅଟୋ କୁ ଧକ୍କା ଦେବାଫଳରେ ଦୁର୍ଘଟଣା ଘଟିଥିଲା ।ଯାହା ଫଳରେ ୨ଶିଶୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ମାତ୍ର ମହିଳା ଜଣକ ଝୁଲି ପଣ୍ଡିତ ଗୁରୁତର ହୋଇ ଥିଲେ ।ପ୍ରଥମେ ତାଙ୍କୁ ହିଞିଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠା ଯାଇଥିଲା ।ତାଙ୍କ ମୁଣ୍ଡ ,ହାତ ସାମାନ୍ୟ ଆଘାତ ଲାଗିଥିଲା ବେଳେ ବାମ ଗୋଡ ଭାଙ୍ଗିଯାଇ ଥିବା ଡାକ୍ତର ପ୍ରକାଶ କରିଥିଲେ । ଏନେଇ ସେ ଗତ ୧୭/୮ ଶନିବାର ହିଞିଳି ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଦାବି କରିଛନ୍ତି ।ଏହି ଭଳି ନିରୀହ ଜନତାଙ୍କ ଅଭିଯୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପୋଲିସ ପ୍ରତି ଆସ୍ଥା ଦୂରେଇ ଯିବ ବୋଲି ବୁଦ୍ଧି ମହଲରେ ଚର୍ଚ୍ଚାର ବିଷୟ ଜୋର ଧରିଛି।

LEAVE A REPLY

Please enter your comment!
Please enter your name here