ଆସିକା ବାଣ କାରଖାନା ଉପରେ ପୋଲିସ ଚଢ଼ାଉ

0
196

ଆସିକା,୯/୯/୧୯(ନିପ୍ର)* ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଆଜି ଆସିକା ପୋଲିସ ର ଅଚାନକ ଚଢାଉ କରିଛି । ଏହି ଚଢାଉରେ ତିନି ଜଣ ବାଣ ମାଫିଅ। ଗିରଫ ହୋଇଥିବା ସୂଚନା ମିଳିଥିବା ବେଳେ ପାଖାପାଖି ୭୦/୮୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଚଢାଉ ରେ ଆସିକା ରାଜସ୍ଵ ପ୍ରଶାସନ ମଧ୍ୟ ସାମିଲ ହୋଇଥିବା ବେଳେ ଗଲା ଅନେକ ବର୍ଷ ଧରି ଏଠାରେ ବାଣ ବେଆଇନ ଭାବେ ପ୍ରସ୍ତୁତ ହୋଉଥିଲା । ଆଜି ର ଏହି ଚଢାଉ ପରେ ବାଣ ମାଫିଅ। ମାନଙ୍କ ମହଲରେ କୋକୁଅା ଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here