ଗଞ୍ଜାମ ଜିଲ୍ଲାପାଳଙ୍କ ହିଞିଳିକାଟୁ ବ୍ଳକ ପରିଦର୍ଶନ

0
235

ହିଞିଳିକାଟୁ ୧୦/୯: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞିଳିକାଟୁ ବ୍ଳକ ପରିଦର୍ଶନ କରିଛନ୍ତି।ବ୍ଳକ ର ବିଭିନ୍ନ ପ୍ରକଳ୍ପ ଓ ବିଦ୍ୟାଳୟ ଗୁଡିକର ସମୀକ୍ଷା କରିଛନ୍ତି ।ପରେ ହିଞିଳିକାଟୁ ବ୍ଳକ ସାଶନ ଆମ୍ବଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟରେପହଞ୍ଚି ଛାତ୍ରୀ ନିବାସ ଏବଂ ବିଦ୍ୟାଳୟ ପରିସର ଶ୍ରେଣୀ ଗୃହ ପରିଦର୍ଶନ କରିଥିଲେ । ପରିସର ଏକାଦଶ ବିଜ୍ଞାନ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟକ୍ରମ ସମ୍ପର୍କରେ ଆଲୋଚନା ସହ ୟୁଟ୍ୟୁବ ଏବଂ ଅନ୍ୟାନ୍ୟ ଶିକ୍ଷଣୀୟ ଭିଡିଓ କୁ ଉପଯୋଗ କରି ସି ବି ଏସି ର ପାଠ୍ୟକ୍ରମ କିପରି ନିଜେ ମୋବାଇଲ ଦ୍ୱାର ବାହାର କରି ପଢିପାରିବେ ବୁଝାଇଥିଲେ । ତାହା ସଙ୍ଗେ ସଙ୍ଗେ ଛାତ୍ରୀ ନିବାସ କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଅନ୍ୟାନ୍ୟ ବିଦ୍ୟାଳୟର ସମସ୍ୟା ଗୁଡିକ ସମାଧାନ ପାଇଁ ବିଡ଼ିଓ ଓ ବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଅଧିକାରୀ ସନାତନ ପଣ୍ଡା ,ତହସିଲଦାର ଗୋପୀନାଥ କୁଅଁର,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ବିଇଓ ବସନ୍ତ କୁମାର ପଣ୍ଡା,ପ୍ରଧାନ ଶିକ୍ଷକ ଅରୁଣ କୁମାର ପଟେଲ,ଏଇ ଲଡୁକିଶୋର ପଣ୍ଡା ,ବିଦ୍ୟାଳୟ ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ପରେ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପହଞ୍ଚି ବିଦ୍ୟାଳୟ ପରିଦର୍ଶନ ସହ ଛାତ୍ରଛାତ୍ରୀଙ୍କୁ କିଛି ସମୟ ପଢ଼ାଇଥିଲେ । ପ୍ରଦାନ ଶିକ୍ଷକଙ୍କ ଠାରୁ ଉନ୍ନୟନ କାର୍ଯ୍ୟ ଓ ସୁବିଧା ଅସୁବିଧା ର ଆଲୋଚନା କରିଥିଲେ ।ଉକ୍ତ ବିଦ୍ୟାଳୟରୁ ବାହାରି ହିଞିଳି ଦେଉଳ ପରିଦର୍ଶନ କରି ହେତ୍ରା ବନ୍ଧ ପରିଦର୍ଶନ ନିମନ୍ତେ ଝିପିଝିପି ବର୍ଷାରେ ଚାଲି ଚାଲି ବାହାରିଥିଲେ ସ୍ଥାନୀୟ ବାରହୀ ପାହାଡ଼ ପରିଦର୍ଶନ ରେ ସେଠାରେ ବିଭିନ୍ନ ପ୍ରକଳ୍ପର ଉନ୍ନୟନ କାର୍ଯ୍ୟ ଗୁଡିକ ଯଥା ଶୀଘ୍ର ସାରିବା ପାଇଁ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ହିଞିଳିକାଟୁ ନୂତନ ବସଷ୍ଟାଣ୍ଡ ଓ ଭେଣ୍ଡିଙ୍ଗଜୁନ ମଧ୍ୟ ପରିଦର୍ଶନ କରିଥିଲେ ।ଏତି ମଧ୍ୟରେ ଶ୍ରୀ ଜିଲ୍ଲାପାଳଙ୍କ ନଜରରେ ପଡିଥିଲା ପଲିଥିନ ବିକ୍ରି ଏହାକୁ ତୁରନ୍ତ ଚଢ଼ାଉ ନିମନ୍ତେ ପୋୖର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଉପ ନଗର ପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୌର ପରିଷଦ ନିର୍ବାହି ଅଧିକାରୀ ଅଶୋକ ପଣ୍ଡା, ଆଇଆଇସି ଅଭିମନ୍ୟୁ ଦାସ,କଣ୍ଟ୍ରାକ୍ଟର ବିଭୁପ୍ରସାଦ ପଣ୍ଡା, ସୁଜିତ ପଣ୍ଡା,ପ୍ରମୁଖଙ୍କ ସମେତ ବହୁ ବିଜ୍ଞ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here